(ଜୟନ୍ତ କୁମାର ସେଠୀ): ଇଲେକ୍ଟ୍ରୋ କଟରରେ ବେକ କଟି ଯୁବକଙ୍କର ମୃତ ହୋଇଛି । ଘଟଣା ଘଟିଛି ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ଭିଲିଗ୍ରାମ ପଞ୍ଚାୟତ ର ଭିଲି ଦେଉଳି ଗ୍ରାମ ରେ ।ମୃତ ଯୁବକଙ୍କ ନାମ ରାକେଶ ଓଝା । ଘରେ ଲାଟିନ ତିଆରି କରିବାକୁ ଯାଇ ଇଲେକ୍ଟ୍ରି କଟର ସାହାଯ୍ୟ କାଠ ପଟା କାଟୁଥିବା ସମୟରେ ହଠାତ୍ ବିଦ୍ୟୁତ ତାର ଲିକେଜେରେ କରେଣ୍ଟ ସଟ୍ ମାରିଥିଲା । ଘଟଣା ସ୍ଥଳରେ ରାକେଶ ଓଝା କଚାଡି ହୋଇ ପଡିଥିଲେ। କଟରଟି ହାତରେ ଧରି ଥିବାରୁ ସିଧାସଳଖ ବେକରେ ପଡ଼ିଥିଲା ତେଣୁ ବେକଟି କଟି ଯୁବକ ଙ୍କର ମୃତ ଘଟିଥିଲା। ଖବର ପାଇ ନିମାପଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ମୃତ ଦେହ କୁ ନିମାପଡ଼ା ସ୍ବାସ୍ଥ୍ୟ କେନ୍ଦ୍ର କୁ ପଠାଇବା ସହ ତଦନ୍ତ ଜାରି ରଖିଛି ।