(ଗୋବିନ୍ଦ ଚନ୍ଦ୍ର ପଣ୍ଡା) : ଆଜି ଓଡିଶା ସିଭିଲ ସୋସାଇଟ୍ ତରଫରୁ ପୂର୍ବତନ ମନ୍ତ୍ରୀ ଦାମଦୋର ରାଉତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ସିଭିଲ ସୋସାଇଟ୍ର ସଭାପତି ପ୍ରଦୀପ ପ୍ରଧାନ କହିଛନ୍ତି କି ମୟୁରଭଜଂ ଜିଲ୍ଲାରେ ହେଇଥିବା ଚାରା ଓ ଓମଫେଡରେ ଦୁର୍ନିତି ହୋଇଥିବା କଥା କହିଥିଲେ ଦାମ ରାଉତ, ସେ ଆଗକୁ ଏମିତି ଜନମଙ୍ଗଳ କାର୍ଯ୍ୟ କରିବାକୁ ତାଙ୍କୁ ଆହ୍ୱାନ କରି ସମ୍ବର୍ଦ୍ଧନା କରିଥିଲେ।
ସେପଟେ ଦାମ କହିଛନ୍ତି କି ସେ ସମ୍ବର୍ଦ୍ଧନା କୁ ଆଶାରଖି କିଛିକରିନଥିଲେ । ଆମେ ଲୋକପ୍ରତିନିଧି ମୂଳକ ଶାସନରେ ଅଛୁ ବ୍ରିଟିଶ ଶାସନରେ ନାହୁଁ ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଯୋଉଟା ହେବାକଥା ସେଇଟା ସେ କରିଛନ୍ତି । ସେଥିପାଇଁ ସେ ସିଭିଲସୋସାଇଟକୁ ଅଶେସ୍ ଧନ୍ୟବାଦ୍ ଦେବାସହ ଜନସଚେତନ ନହେଲେ ଆମରାଜ୍ୟ ଧ୍ୱସଂ ହୋଇଯିବ ବୋଲି ମଧ୍ୟ କହିଛନ୍ତି ।