(ସୌମ୍ୟ ରଂଜନ ସେଠୀ ) : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାର ରୂପ ନେଇଥିବା ବେଳେ ଏହା ରାତି ପ୍ରାୟ ୧୨ ଟା ୫୫ ମିନିଟରେ ଗଞ୍ଜାମ ଜିଲ୍ଲାର ଗୋପାଳପୁର ନିକଟରେ ସ୍ଥଳଭାଗ ଛୁଇଁଛି। ବାତ୍ୟା ‘ଡାଏ’ ରାତି ପ୍ରାୟ ୧୨ଟା ୫୫ ମିନିଟରେ ଗୋପାଳପୁର ଛୁଇଁଥିବା ଡଫଲର ରାଡରରୁ ସୂଚନା ମିଳିଛି। ସ୍ଥଳଭାଗ ଛୁଇଁବା ପରେ ୩୦ ରୁ ୪୦ କି.ମି. ବେଗରେ ପବନ ବହିବା ସହ ଗୋପାଳପୁରରେ ପ୍ରବଳ ବର୍ଷା ଜାରି ରହିଛି। ଇତିମଧ୍ୟରେ ବାତ୍ୟା ‘ଡାଏ’ ଗୋପାଳପୁର ଟପିଥିବା ସୂଚନା ମିଳିଛି।
ଟଳିଲା ବାତ୍ୟା ଆଶଙ୍କା । ଗତକାଲି ରାତିରେ ଗୋପାଳପୁର ଟପିଛି ବାତ୍ୟା । ଭୂପୃଷ୍ଠକୁ ଛୁଇଁଲା ବେଳେ ଏହାର ବେଗ ଘଣ୍ଟା ପ୍ରତି ପ୍ରାୟ ୨୦ କିଲୋମିଟର ଥିଲା । ଏହା ସହ ଏହି ସମୟରେ ପ୍ରାୟ ୬୦ କିଲୋମିଟର ବେଗରେ ପବନ ବୋହିଥିଲା । ମାଟିକୁ ଛୁଇଁବା ସହ ଏହି ବାତ୍ୟା ଧିରେ ଧିରେ ଦୁର୍ବଳ ହୋଇଛି । ଏହା ଏବେ ଅବପାତର ରୂପ ନେଇଛି । ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ଦକ୍ଷିଣ ଓଡିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ କେନ୍ଦ୍ର । ତେଣୁ ଆସନ୍ତା ୨ ଦିନ ଧରି ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।