( ସନ୍ତୋଷ ଲମ୍ବଟ): ସିପିଆଇ ମାଓବାଦୀ ଓଡିଶା ରାଜ୍ୟ କମିଟି ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜାରିଛି । ଏଥିରେ ଡିସେମ୍ବର ୬ ରୁ ୧୨ ତାରିଖ ପର୍ୟ୍ୟନ୍ତ “ପ୍ରତିରୋଧ” ସପ୍ତାହ ପାଳନ କରିବାକୁ ନିବେଦନ କରିଛନ୍ତି। ପ୍ରତିବର୍ଷ ଡିସେମ୍ବର ୨ ରୁ ୮ ତାରିଖ ପି.ଏଲ୍.ଜି. ସପ୍ତାହ ରୂପେ ପାଳନ କରୁଛନ୍ତି ମାଓବାଦୀମାନେ। ଓଡ଼ିଶା ରାଜ୍ୟ କମିଟି ର ପ୍ରବକ୍ତା ଚକରା ବିଶୋଇ ଙ୍କ ଦସ୍ତକତ ରହିଥିବା ଦୁଇ ପୃଷ୍ଟା ବିଶିଷ୍ଟ ଏହି ବିଜ୍ଞପ୍ତି ରେ କେନ୍ଦ୍ର ସରକାର, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଡ଼ି,ଆର୍.ଏସ୍.ଏସ, ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ (ସଂଘ ପରିବାର) କୁ ତୀବ୍ର ବିରୋଧ କରିଛନ୍ତି । ୨୬ ବର୍ଷ ପୂର୍ବେ ଅର୍ଥାତ୍ ୬ ଡିସେମ୍ବର ୧୯୯୨ ତାରିଖରେ ବାବ୍ରି ମସଜିଦକୁ ଭାଙ୍ଗିଯାଇଥିଲା । ୪୬୩ ବର୍ଷ ତଳେ ତଥାକଥିତ ରାମ ମନ୍ଦିର କୁ ଭାଙ୍ଗି ବାବ୍ରୀ ମସଜିଦ ଗଢା ଯାଇଛି ବଲି କପିଳ କଳ୍ପିତ ବା ମନଗଡା ପ୍ରଚାର କରି ମୁସଲମାନ ମାନଙ୍କ ପୂଜା ସ୍ଥଳୀ କୁ ଧ୍ବଂସ କରିଦିଆଯାଇଥିଲା। ଏହି କାଣ୍ଡ ପରେ ପୁରା ଦେଶରେ ସୁନିୟୋଜିତ ଦଙ୍ଗା କରାଯାଇଥିଲା ଏବଂ ଏହାକୁ ଧ୍ୟାନରେ ରଖି ୨୧୩ ଟି ସ୍ଥାନରେ କର୍ଫ୍ୟୁ ଲଗାଇବାକୁ ପଢିଥିଲା ଫଳରେ ପ୍ରାୟ ୧୦ କୋଟି ଲୋକ ପ୍ରଭାବିତ ହାଇଥିଲେ ବାଲି ବିଜ୍ଞପ୍ତି ରେ ଉଲ୍ଲେଖ ରହିଛି। ମୋଦି ସରକାରର ଜନ ବିରୋଧି ନୀତି ଓ ବ୍ରାହ୍ମଣୀୟ ହିନ୍ଦୁ ଫାଶିବାଦ କୁ ବିରୋଧ କରୁଥିବା ପାର୍ଟି, ଜନ ସଂଗଠନ, ବ୍ୟକ୍ତବିଶେଷ ଓ ବୁଦ୍ଧିଜୀବୀ ଙ୍କୁ ଟାର୍ଗେଟ୍ କରି ଆକ୍ରମଣ କରାଯାଉଛି। ଭିମା କୋରଗାଓଁ କେସ ରେ ପ୍ରଥମେ ପ୍ରଫେସର୍ ସୋମା ସେନ୍, ରୋନୀ ଓଲିସନ୍, ଅଜୟ ରାଉତ ସମେତ ୫ ଜଣଙ୍କୁ ଏବଂ ଗତ ଅଗଷ୍ଟ ମାସରେ ଭରଭରା ରାଓ, ସୁଦ୍ଧା ଭରଦ୍ବାଜ୍, ଗୌତମ ନୋଭଳେଖା, ବର୍ଣେଲ ଗୁଞ୍ଜାଲ୍ ଓ ଅରୁଣ ପେରେରା ପରି ପ୍ରଖ୍ୟାତ ସମାଜ ସେବୀ, ଲେଖକ, ଓକିଲ ଓ ମାନବ ଅଧିକାର କର୍ମୀଙ୍କୁ ଫସେଇ ସହରୀ ମାଓବାଦୀ ନାମରେ ମିଥ୍ୟା କେଶରେ ଗିରଫ କରାଯାଇଛି ବାଲି ଉଲ୍ଲେଖ ରହିଛି।