( ସେକ ମୋହିନୁଲ ହକ): ବାଣପୁର ବ୍ଲକ ଦାମିଆ ବରବରା ପଂଚାୟତର କାନ୍ଦୁଲ ସାହିରେ ଏକତା ପରିଷଦର ପଂଚାୟତ ସ୍ତରୀୟ ଗ୍ରାମ୍ୟ ଶିକ୍ଷା ଅଧିକାର ସମ୍ପର୍କିତ କର୍ମଶାଳା ସ୍ଥନୀୟ କମ୍ୟୁନିଟ ହଲରେ ଆୟୋଜନ କରାଯାଇଥିଲା। ଉକ୍ତ କର୍ମଶାଳାରେ ମୂଖ୍ୟବକ୍ତା ,ଶିକ୍ଷାବିତ ଶ୍ରୀଯୁକ୍ତ ଶିବ ପ୍ରସାଦ ମିଶ୍ର ଉପସ୍ଥିତ ରହି ଗରିବ ଆଦିବାସୀଙ୍କୁ ଶିକ୍ଷାର ମହନୀୟତା ଓ ଏଥିରେ ମହିଳାଙ୍କ ଭୂମିକା ଓ ଏହାର ଆବଶ୍ୟକତା ବିଷୟରେ ବଭିନ୍ନ ଉଦାହରଣ ସହ ପୌରାଣିକ ସମୟର ଶିକ୍ଷା କିଭଳି ଏହା ସହିତ ସଂଷ୍ଲିଷ୍ଠ ଅଛି ଏକ ବିଷଦ ଆଲୋଚନା କରିଥିଲେ। ଏକତା ପରିଷଦ ମ୍ୟାନେଜିଂଟ୍ରଷ୍ଟି ସନ୍ଧ୍ୟା ଦେବୀ ତାଙ୍କର ବକ୍ତବ୍ୟରେ ଶିକ୍ଷାର ବିକାଶରେ ମହିଳା ମାନଙ୍କ ସହୋଯଗ ଏକାନ୍ତ ଆବଶ୍ୟକ ଅନ୍ୟଥା ଶିକ୍ଷାର ବିକାଶ ସମ୍ଭବ ନୁହେଁ ମତବ୍ୟକ୍ତ କରିଥିଲେ। ଅନ୍ୟତମ ସମ୍ମାନୀୟ ଅତିଥି ରାୟଗଡାରେ ବୈଷୟିକ ଶିକ୍ଷାଦାନ ଦେଉଥିବା ଶ୍ରୀଯୁକ୍ତ ଗଂଗାଧର ପ୍ରଧାନ ନିଜର ଅଭିଜ୍ଞତା ଉପସ୍ଥିତ ସମବେତ ଜନତାଙ୍କୁ ଶିକ୍ଷା କୌଶଳ ବଷୟରେ ଧାରଣା ଦେଇଥିଲେ। କର୍ୟ୍ୟକ୍ରମରେ ଆଦିବାସୀ ଅଂଚଳ ବାଙ୍କିଆ ପଲ୍ଲି ସ୍କୁଲ ଶିକ୍ଷକ ଶ୍ରୀ ପ୍ରଦିପ ଜାନି ଉପସ୍ଥିତ ଥିଲେ।ଉକ୍ତ କର୍ମଶାଳାରେ ୫୦ରୁ ଅଧିକ ମହିଳ ଓପୁରୁଷ ଉପସ୍ଥିତ ଥିଲେ।
ଆଜିର କର୍ୟ୍ୟକ୍ରମକୁ ଏକତା ପରିଷଦ ଟ୍ରଷ୍ଟ କର୍ମକର୍ତା କୃଷ୍ଣଚନ୍ଦ୍ର ମହାନ୍ତି, ଯିତେନ୍ଦ୍ର ବରାଳ,ବିରେନ୍ଦ୍ର ବେହେର,ସୁନିତା ସୁବୁଦ୍ଧି,ଟନି ଦାଶ ଓ ମମତା ରାଉତ ପରିଚାଳନାରେ ସହଯୋଗ କରିଥିଲେ।