ବାଣ ଫୁଟାଇ ତଣ୍ଡ ଗଣିଲେ ୨୩୦ ଜଣ

(ଆଦର୍ଶ ରାଉତ): ଟ୍ୱିନସିଟିରେ ବାଣ ଫୁଟାଇ ତଣ୍ଡ ଗଣିଲେ ୨୩୦ ଜଣ । ୨୩୦ ଜଣଙ୍କ ନିକଟରୁ ୧ ଲକ୍ଷ ୧୫ ହଜାର ଟଙ୍କା ଆଦାୟ କରାଯାଇଛି । ନିୟମ ନମାନିବାରୁ କମିସନରେଟ ପୁଲିସ ଫାଇନ ଆଦାୟ କରିଛି । ୧୪୦ ଜଣଙ୍କୁ କୋର୍ଟ ଚାଲାଣ ପାଇଁ ସୁପାରିସ କରାଯାଇଛି । ରାତି ୮ଟାରୁ ୧୦ଟା ମଧ୍ୟରେ ବାଣ ଫୁଟାଇବାକୁ ନିର୍ଦ୍ଦେଶ ଥିଲା ।

ସୂଚନାଯୋଗ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ, ବାଣ ବିକ୍ରି ଉପରେ ସମ୍ପୂର୍ଣ୍ଣ କଟକଣା ନଲଗାଇ ସର୍ତ୍ତମୂଳକ ଭାବେ ବାଣ ବିକ୍ରି ପାଇଁ ଅନୁମତି ଦିଆଯାଇଥିଲା । ଦୀପାବଳୀରେ ମାତ୍ର ଦୁଇଘଂଟା ପାଇଁ ରାତି ୮ଟାରୁ ୧୦ଟା ଯାଏଁ ବାଣ ଫୁଟାଯାଇପାରିବ ବୋଲି ଅନୁମତି ମିଳିଥିଲା । କିନ୍ତୁ ସର୍ବୋଚ୍ଚ ନ୍ୟାୟାଳକଙ୍କ ନିର୍ଦ୍ଦେଶକୁ କେହି ମାନିଲେନି । ମନଇଚ୍ଛା ବାଣ ଫୁଟାଇବା ସହ କଟକଣାର ଅବମାନନା କଲେ । ଦେଶରେ ବାୟୁ ପ୍ରଦୂଷଣ ବଢୁଥିବାରୁ ଦୀପାବଳିରେ ବାଣ ଫୁଟାଇବା ଉପରେ କଡା କଟକଣା ଲଗାଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ ।