ବିଏସଏଫ ଦ୍ୱାରା ଗିରଫ ଦୁଇ ପାକିସ୍ତାନୀ ଯବାନ

(ରିପୋର୍ଟସ ଟୁଡେ): ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଦ୍ୱାରା ରବିବାର ପଞ୍ଜାବର ଫେରୋଜପୁରଠାରୁ ଦୁଇ ପାକିସ୍ତାନୀ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ପାକିସ୍ତାନୀ ଦ୍ୱୟ ପାକିସ୍ତାନ ସେନାର ବଲୁଚ ରେଜିମେଣ୍ଟର ବୋଲି ଜାଣିବାକୁ ମିଳିଛି। ଗିରଫ ହୋଇଥିବା ପାକିସ୍ତାନୀ ଦ୍ୱୟ ହେଉଛନ୍ତି ସିରାଜ ଅହମ୍ମଦ(୩୧) ଏବଂ ମୁମତାଜ ଖାନ(୩୮)।

ରବିବାର ସଂଧ୍ୟା ପ୍ରାୟ ୫.୧୦ ସମୟରେ ଏହି ଦୁଇ ଜଣ ପାକିସ୍ତାନୀ ଭାରତୀୟ ସେନା ଆଡ଼େ ଆସୁଥିଲେ ସେହି ସମୟରେ ସୁରକ୍ଷା ବଳ ସେମାନଙ୍କୁ ଧରିବାରେ ସମର୍ଥ ହୋଇଥିଲା। ସୁରକ୍ଷା ବଳ ଏହି ଦୁଇ ଜଣଙ୍କୁ ଧରିବା ସହ ମୁମତାଜଙ୍କଠାରୁ ୩,୬୬୦ ଟଙ୍କା, ଏକ ମୋବାଇଲ୍‌ ଫୋଡ଼୍‍, ସିମ୍‌ କାର୍ଡ ଜବତ କରିବା ସହ ସିରାଜଙ୍କଠାରୁ ଦୁଇଟି ପାକିସ୍ତାନୀ ସେନା ଆଇକାର୍ଡ, ୪ଟି ଫଟୋଗ୍ରାଫ୍‌, ଏକ ସ୍ମାର୍ଟଫୋନ୍‌ ଏବଂ ୧,୦୪୦ ଟଙ୍କା ଜବତ କରିଛି।