ଭାଜପାର ସଂଗଠନିକ ବୈଠକ

(ସୁରେଶ କୁମାର ସାମନ୍ତରାୟ): ଗତକାଲି ବୋଲଗଡ ବ୍ଲକ ବଡକୁମାରୀ ପଞ୍ଚାୟତସ୍ଥିତ ଶୂନ୍ୟ ଆଶ୍ରମ ନିକଟରେ ଭାଜପା ପକ୍ଷରୁ ଏକ ସଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଭାଜପା ନେତା ପ୍ରକାଶ ଚନ୍ଦ୍ର ବିଜୁଜୀଙ୍କ ନେତୃତ୍ୱରେ ଅନୁଷ୍ଠିତ ବୈଠକରେ ୨୬ନଂ ଯୋନ ଅଞ୍ଚଳରୁ ଦଳୀୟ କର୍ମୀ ଓ ନେତାମାନେ ଯୋଗଦେଇଥିଲେ । ଆଗାମୀ ସାଧାରଣ ନିର୍ବାଚନ କିପରି ଭାଜପା ଦଳର ସଂଗଠନକୁ ମଜଭୁତ କରିବ ସେ ବିଷୟରେ ଏହି ବୈଠକରେ ଆଲୋଚନା ହୋଇଥିଲା । ଆଗାମୀ ସପ୍ତାହ ମଧ୍ୟ ଉକ୍ତ ଯୋନ ପାଇଁ ଏକ ସାଧାରଣ ସଭା ଦଳ ପକ୍ଷରୁ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବାର ପ୍ରକାଶ ବିଜୁଳି ସୂଚନା ଦେଇଛନ୍ତି । ଏହି ବୈଠକରେ ଦଳୀୟ କର୍ମୀ ଅଶୋକ କୁମାର ରାଉତ, ସିଲୁ ବଳିୟାରସିଂହ, ବିଶ୍ୱନାଥ ରଣସିଂହ, ଭାଷ୍କର ରାଉତରାୟ, ମାଧବ ଚନ୍ଦ୍ର ଦାସ, ପୁର୍ଣ୍ଣଚନ୍ଦ୍ର ମାନସିଂହ ପ୍ରମୁଖ ଉପସ୍ଥିତ ଥିଲେ ।