ଧଳାପଥର ଶତଶୁମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

( ସୁରେଶ କୁମାର ସାମନ୍ତରାୟ) : ବୋଲଗଡ ବ୍ଲକ ଧଳାପଥର ସରସ୍ୱତୀ ଶିଶୁମନ୍ଦିରଠାରେ ଜନ୍ମାଷ୍ଟମୀକୁ ଛାତ୍ରଛାତ୍ରୀମାନେ ଆଡମ୍ବର ସହକାରେ ପାଳନ କରିଛନ୍ତି । ଠଣାପଲ୍ଲୀ ମହାଦେବ ମନ୍ଦିରଠାରେ କୁନିକୁନି ପିଲାମାନେ ରାଧାକୃଷ୍ଣ , ସୁଦମା ଓ ବାସୁଦେବଙ୍କ ବେଶ ପୋଷାକରେ ବିଭୂଷିତ ହୋଇ ଶ୍ରୀକୃଷ୍ଣଙ୍କ ନାମ କିର୍ତନ କରି ଗ୍ରାମ ପରିକ୍ରମା କରିଥିଲେ । ଏହି କାର୍ଯ୍ୟକ୍ରମକୁ ବିଦ୍ୟାମନ୍ଦିର ସଂପାଦକ ତଥା ଆଇନଜୀବି ବିଭୁତି ଭୁଷଣ ପାଣୀଗ୍ରାହୀ , ନିହିର ରଞ୍ଜନ ଶତପଥି , ମୟାଧର ପାଣିଗ୍ରାହୀ ଓ ପ୍ରଧାନ ଆଚାର୍ଯ୍ୟ ସସ୍ମିତା ପ୍ରଧାନଙ୍କ ତତ୍ତ୍ୱବଧାନରେ ଅନୁଷ୍ଠିତ ହୋଇଥିଲା ।