(ସୁରେଶ କୁମାର ସାମନ୍ତରାୟ ): ବୋଲଗଡ-ନବନିର୍ମାଣ କୃଷକ ସଂଗଠନର ଆହ୍ୱାନ କ୍ରମେ ବୋଲଗଡ ଥାନା ସମ୍ମୁଖରେ ସଂଗଠନର ସ୍ଥାନୀୟ ବ୍ଲକ ଅଂଚଳର କୃଷକ ମାନେ ଆସନ୍ତା କାଲି ବୋଲଗଡ ଥାନା ସମ୍ମୁଖରେ ପୁର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସତ୍ୟାଗ୍ରହ ଆନ୍ଦୋଳନ କରିଥିଲେ । କୃଷକ ମାନଙ୍କ ପାଇଁ ପ୍ରାଇସ ପ୍ରେ୍ଟିଜ ଓ ପେନସନ ଇତ୍ୟାଦି ଦାବୀ ନେଇ ଶତାଧିକ କୃଷକ ଓ ଚାଷୀ ମାନେ ଏଥିରେ ସାମିଲ ହୋଇଥିଲେ । ଏହି ଅବସରରେ ଆୟୋଜିତ ସଭାରେ ସଂଗଠନର ଖୋର୍ଦ୍ଧା ଜିଲା କାର୍ମକର୍ତା ସୁରେଶ ମାନସିଂହ ପୈାରୋହିତ୍ୟ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୋମନାଥ ମହାପାତ୍ର ,ନୃଶିହ ସୁବୁଦ୍ଧି ,ରବି ସାଥୁଆ ପ୍ରମୁଖଙ୍କ ସମେତ ଉପସ୍ଥିତ ଚାଷୀ ମାନେ ଚାଷୀ ସୁରକ୍ଷା ଭତା ପାଇଁ ପ୍ରତ୍ୟେକ ଚାଷୀପରିବାରକୁ ମାସିକ ୫ହଜାର ଟଙ୍କା ଲେଖାଏଁ ଦେବାକୁ ଦାବୀ କରିଥିଲେ ।ଏହିପରି ରାଜ୍ୟରେ ଥିବା ମୋଟ ପ୍ରାୟ ୩୬ ଲକ୍ଷ ଚାଷୀ ପରିବାର ମାନଙ୍କ ପାଇଁ ମୋଟ ୨୧ହଜାର ୬ଶହ କୋଟି ଟଙ୍କାର ବଜେଟ କରାଯିବାକୁ ଦାବୀ କରାଯାଇଛି । ଅପରପକ୍ଷରେ କୃଷକ ସମାବେସ ପାଇଁ ଯାଉଥିବା ସଂଗଠନର କୃଷକ ଏବଂ ଚାଷୀ ମାନଙ୍କୁ ଭୁବନେଶ୍ୱରକୁ ଛାଡି ଦିଆନଯିବା ଘଟଣାକୁ ନେଇ ରାଜ୍ୟ ସରକାରଙ୍କ ନିତୀକୁ ନିନ୍ଦା କରାଯାଇଛି । ସରକାର କୃଷକ ମାନଙ୍କ ପାଇଁ ଏହି ଦାବୀ ଗୁଡିକ ପୁରଣ ନକରିବା ପର୍ଯ୍ୟନ୍ତ ସଂଗଠନ ପକ୍ଷରୁ ଗାଁ ଗାଁରେ ବୁଲି ସତ୍ୟାଗ୍ରହ ଆନ୍ଦୋଳନ କରାଯିବ ବୋଲି ଚେତାବନି ଦିଆଯାଇଛି ।