ଯୁବକଙ୍କ ମୃତଦେହ ଠାବ: ସୁପରିକଳ୍ପିତ ହତ୍ୟା କରାଯାଇଥିବା ସନ୍ଦେହ

କଳାହାଣ୍ଡି (ଗୋଲାପ ସାହୁ);- ଯୁବକଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଠାବ । କୋକସରା ଥାନା ଅନ୍ତର୍ଗତ ରେଙ୍ଗାଳପାଲି ଗ୍ରାମର ଯୁବକ ଜୟପତି ମାଝୀଙ୍କ ମୃତଦେହ ଝୁଲନ୍ତା ଅବସ୍ତାରେ ମିଳିଛି । ଯୁବକଙ୍କ ଶରୀରରେ ଅନେକ କ୍ଷତ ସହ ରକ୍ତ ଛିଟା ରହିଛି, ଯାହାକୁ ନେଇ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି।