ବାତ୍ୟାର ପ୍ରଭାବ.. ବଜାରରୁ ଆଳୁ ପିଆଜ ଗାଏବ.. କଳାବଜାରୀଙ୍କ ଉପରେ ନଜର..

(ସଂଜୁକ୍ତା ବେହେରା): ବାତ୍ୟା ତିତଲିର ଆର୍ଥିକ ଫାଇଦା ଉଠାଇଛନ୍ତି କିଛି କଳାବଜାରୀ । ଏହାର ସିଧାପ୍ରଭାବ ପଡିଛି ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀ ଉପରେ । କିଛି ବ୍ୟବସାୟୀ ଆଳୁ,ପିଆଜ ଇତ୍ୟାଦି ମହଜୁଦ ରଖିବା, କଳା ବଜାରୀ କରିବା ଏବଂ ଏହାକୁ ଚଢା ଦରରେ ବିକ୍ରୀ କରିବା ଉପରେ କଟକଣା ଜାରି କରାଯାଇଛି । ଏପରି କଲେ ବିକ୍ରେତାଙ୍କ ବିରୁଦ୍ଧରେ କଡା କାଯ୍ୟ ର୍ାନୁଷ୍ଠାନ ନିଆଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି । ଏହାସହ ଏହା ଉପରେ ନଜର ରଖିବା ପାଇଁ ବିଭାଗୀୟ ଅଧିକାରୀମାନଙ୍କୁୁ ନିର୍ଦ୍ଦେଶ ଦିଆଯାଇଛି । ଖାଉଟି ମାନେ ମଧ୍ୟ ଏହା ଉପରେ ସଚେତନ ରହିବାକୁ କୁହାଯାଇଛି । ବାତ୍ୟା ତିତଲି ଭୟଙ୍କର ରୂପ ନେବ ବୋଲି ଜଣା ପଡିବା ପରେ ବଜାରରେ ଗ୍ରାହକଙ୍କୁ୍ ଭିଡ ଦେଖିବାକୁ ମିଳିଛି । ଲୋକେ ଖାଦ୍ୟ ସାମଗ୍ରୀ କିଣି ଘରେ ମହଜୁଦ ରଖିବାକୁ ପ୍ର୍ରୟାଶ କରୁଛନ୍ତି । କିଛି ସ୍ଥାନରେ ଆଳୁ ପିଆଜ ପରି ସାମଗ୍ରୀ ଆଉ ବଜାରରେ ମିଳୁ ନଥିବା ଅଭିଯୋଗ ହେଉଛି । ସେହିପରି ବିଭିନ୍ନ ସ୍ଥାନରେ କିଛି ଅସାଧୁ ବ୍ୟବସାୟୀ ବିଭିନ୍ନ ସାମଗ୍ରୀର ମୂଲ୍ୟ ଚଢା ଦରରେ ବିକ୍ରୀ କରୁଥିବା ଜଣାପଡିଛି । ତେବେ ଜିନିଷ ପତ୍ରର ଦର ବୃଦ୍ଧିକୁ ନେଇ ଖାଉଟିଙ୍କୁ ଚିନ୍ତା କରିବାର କିଛି ନାହିଁ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂଯ୍୍ୟ ର୍ ନାରାୟଣ ପାତ୍ର କହିଛନ୍ତି ।