(ରିପୋର୍ଟସ ଟୁଡ଼େ): ବିଜେଡ଼ି ଶାସନରେ ପିସି ଦୁର୍ନୀତି, ଭ୍ରଷ୍ଟାଚାର ଓ ପ୍ରିୟାପ୍ରତି ବିରୋଧରେ ରାଜ୍ୟବ୍ୟାପି ବ୍ଲକ ଘେରାଉ କରିବ ବିଜେପି । ଚଳିତ ମାସ ୨୭ ରୁ ୩୦ ଯାଏଁ ଏହି ଘେରୋଉ କରାଯିବ ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ଭୃଗୁ ବକ୍ସିପାତ୍ର କହିଛନ୍ତ । ଦୀର୍ଘବର୍ଷ ଧରି ବିଜେଡ଼ି ସରକାରର ପିସିରେ ପେସି ହୋଉଛନ୍ତି ସାଢେ ଚାରିକୋଟି ଓ଼ଡ଼ିଆ । ଅସାଧୁ ମନ୍ତ୍ରୀ, ସାଂସଦ ,ବିଧାୟକ,ନେତା ଓ ଦଲାଲ ସାଧାରଣ ଓଡ଼ିଆଙ୍କ ଝାଳବୁହା ଅର୍ଥର ଟିକସକୁ କରୁଛନ୍ତି ବାଟବଣା କରୁଛନ୍ତି ବୋଲି ବକ୍ସିପାତ୍ର କହିଛନ୍ତି । ଆହୁରି ମଧ୍ୟ କହିଛନ୍ତି ଯେ ଆମ ଗାଁ ଆମ ବିକାଶ ଯୋଜନା ଏବେ ସରାକରୀ ପାଣ୍ଠି ବିଜେଡ଼ି ଦଲାଲ ଠିକାଦାର ବିକାଶରେ ପରିଣତ ହୋଇଛି ।
ଚଳିତ ମାସ ୭ରେ ବଜେପି ରାଜ୍ୟ କାର୍ଯ୍ୟକାରୀଣି ବୈଠକରେ ପଞ୍ଚାୟତ, ବ୍ଲକ, ଜିଲ୍ଲାରେ ଆଦି ବିଷୟରେ ଆଲୋଚନା କରାଯାଇଥିଲା । ଆଜି ତାହାର ନିଷ୍ପତ୍ତି ନିଆଯାଇଛି । ଚିଟଫଣ୍ଠ ମହାଦୁର୍ନତି , ଖଣି,ଡ଼ାଲି, ଚାରା, କାଲିଘାଟ ଆଦି ଦୂର୍ନୀତିରେ ଓଡ଼ିଆ ଆଜି ନିଷ୍ପେସିତ । ଏହାର ଜବାବରେ ଚଳିତ ମାସ ୨୭ରୁ ୩୦ ତାରିଖ ବ୍ୟାପି ଓଡ଼ିଶାର ୩୧୪ ଟି ବ୍ଲକ୍ ଘେରାଉ କରିବ ବୋଲି ଭୁଗୃ ବକ୍ସିପାତ୍ର କହିଥିଲେ ।