ବେକାରୀ ଯୁବକଯୁବତୀଙ୍କୁ ନିଯୁକ୍ତି ନେଇ ବିଜେପି ପକ୍ଷରୁ ଜିଲ୍ଲା କାର୍ଯ୍ୟାଳୟ ଘେରାଉ

( ଓମ୍ ପ୍ରକାଶ ମିଶ୍ର): ଶିକ୍ଷିତ ବେକାର ଯୁବକଯୁବତୀଙ୍କ ନିଯୁକ୍ତି ତଥା ବେରୋଜଗାର ସମସ୍ୟାକୁ ନେଇ ଆଜି ବିଜେପି ଯୁବ ମୋର୍ଚ୍ଚା ଡାକରାରେ ବିଜେପି ନେତାମାନେ ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟାଳୟ ମୁଖ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ । ବିଜେପି ମୋର୍ଚ୍ଚା ସଭାପତି କୃଷ୍ଣ ଚନ୍ଦ୍ର ମିଶ୍ରଙ୍କ ନେତୃତ୍ୱରେ ବିଜେପି କର୍ମୀମାନେ ବିକ୍ଷୋପରେ ସାମିଲ ହୋଇଥିଲେ । ଦୀର୍ଘ ୧୯ ବର୍ଷ ଧରି ଓଡିଶାରେ ବିଜେଡି ଶାସନ କରୁଥିବାବେଳେ ରାଜ୍ୟରେ ଶିକ୍ଷିତ ବେକାରଙ୍କୁ ନିଯୁକ୍ତି ସୁଯୋଗ ମିଳୁନଥିବାରୁ ବେରୋଜଗାର ବଢିବା ଓ ଦାଦନ ସମସ୍ୟା ନେଇ ସରକାରଙ୍କ ବିରୋଧରେ ନାରାବାଜି ଦେଇଥିଲେ । ବିଜେଡି ଶାସନର ଦୁର୍ନିତୀ ଓ ଅପାରଗତାକୁ ନେଇ ବିଜେପି ନେତା ପ୍ରମୋଦ କୁମାର ମହାପାତ୍ର , ରାଜ୍ୟ ବିଜେପି ନେତା ଗଣେଶ ନାୟକ ପ୍ରମୁଖ କାର୍ଯ୍ୟାଳୟ ଫାଟକ ସମ୍ମୁଖରେ ବିକ୍ଷୋପ ପ୍ରଦର୍ଶନ ନେଇ ଶାନ୍ତି ଶୄଙ୍ଖଳା କୁ ନେଇ ଫାଟକ ଆଗରେ ପୋଲିସ ମୁତୟନ କରାଯାଇଥିଲା।