ରୁଗୁଡା ପୋଲିସକୁ ବଡସଫଳତା, ୩ ଜଣ ବ୍ୟାଟେରି ଚୋରଙ୍କୁ ଗିରଫ

(ରିପୋର୍ଟସ ଟୁଡେ) : ରୁଗୁଡି ପୁଲିସ ଭାରୀଯାନ ଗୁଡ଼ିକରୁ ଚୋରି ହୋଇଥିବା ଦୁଇଟି ବ୍ୟାଟେରି ସହ ଏକ ଅଟୋ ଜବତ କରିଛି। ଏହି ଘଟଣାରେ ୩ ଜଣକୁ ଗିରଫ କରାଯାଇଛି। ଅଭିଯୁକ୍ତମାନେ ହେଲେ ଯୋଡା ଅଞ୍ଚଳର ରାଜୁ ମୁଣ୍ଡା, ବାବଲି ମୁଣ୍ଡା ଓ କ୍ୟାମ୍ପହଟିଂର ବିଜୟ ମୁଣ୍ଡା। ସମସ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ଥାନାଧିକାରୀ ଶ୍ରୀକାନ୍ତ ସାହୁଙ୍କ ସୂଚନା ଅନୁସାରେ, ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଏସ୍‌ଆଇ ରାମଚନ୍ଦ୍ର ମହାନ୍ତଙ୍କ ନେତୃତ୍ବରେ ପୁଲିସର ଏକ ଟିମ୍‌ ୨୧୫ ନମ୍ବର ଜାତୀୟ ରାଜପଥ ବାରବାଙ୍କ ଘାଟି ନିକଟରେ ଦ୍ରୁତ ଗତିରେ ଯାଉଥିବା ଏକ ଅଟୋକୁ ଅଟକାଇ ଥିଲେ। ଅଟୋରେ ଦୁଇଟି ଚୋରି ବ୍ୟାଟେରି ଥିବା ଜଣାପଡ଼ିବା ପରେ ପୁଲିସ ସେଗୁଡ଼ିକୁ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଛି।