(ଦୀପକ କୁମାର): ଭୂମିହୀନଙ୍କୁ ଘରଢିଅ ଆବଣ୍ଟନ ଓ ବନ୍ଦୋବସ୍ତରେ ତ୍ରୁଟି ଯୋଗୁ ଜମି ହରାଇଥିବା ଲୋକଙ୍କୁ ନ୍ୟାୟ ପ୍ରଦାନ ଦାବିରେ ‘ବସୁଧା ସୁଧାର ମଞ୍ଚ ‘ ଅନୁକୁଲ୍ୟରେ ଧର୍ମଶାଳା ତହସିଲ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ମଞ୍ଚର କର୍ମୀ ଓ ଆଞ୍ଜିର ଗ୍ରାମର ଶହ ଶହ ଲୋକ ଜାରକା ବଜ଼ାର ଠାରୁ ଶୋଭାଯାତ୍ରାରେ ବାହାରି ଧର୍ମଶାଳା ତହସିଲ ସମୁଖରେ ପହଞ୍ଚି ବିକ୍ଷୋଭ ପଦର୍ଶନ କରିଥିଲେ । ସଂଗଠନର ଶିବ ପ୍ରାଶଦ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରତିବାଦ ସଭାରେ ଗଡମଧୁପୁର ରାଣୀ ତଥା ବିଜେପି କାର୍ୟ୍ୟକାରିଣୀ ସଦସ୍ୟା ଅପର୍ଣ୍ଣା ଧୀର ସିଂହ ଭରଦ୍ୱାଜ ଯୋଗଦେଇ ଆଞ୍ଜିର ଓ ବଳରାମପୁର ଗ୍ରାମର ଲୋକଙ୍କ ଜମିକୁ ବନ୍ଦୋବସ୍ତରେ ରାଜନୈତିକ ଚକ୍ରାନ୍ତ କରି ଜଙ୍ଗଲ ଜମି କରାଯାଇଥିବା ଅଭିଯୋଗ ହୋଇଛି ବୋଲି କହିଥିଲେ ।
ସେହିପରି ଆଞ୍ଜିର ମୌଜାରେ ପନ୍ଦର ଶହ ଏକର ସରକାରୀ ଜମିଥିବା ପରିବର୍ତେ ତେତିଶି ଶହ ଏକର ସରକାରୀ ଜମି ଦର୍ଶାଯାଇ ଲୋକଙ୍କୁ ବାଶହରା କରାଯାଇଛି ବୋଲି ଅଭିଯୋଗ ହୋଇଛି । ବିଜେପି ରାଜ୍ୟ ସମବାୟ ପ୍ରକୋଷ୍ଠ ଅଧ୍ୟକ୍ଷ୍ୟ ପବିତ୍ର ମୋହନ ଦାଶ ଯୋଗଦେଇ ତହସିଲ ପ୍ରଶାସନ ଆଞ୍ଜିର ମୌଜା ସମେତ ବିଭିନ୍ନ ଗ୍ରାମରେ ବନ୍ଦୋବସ୍ତ ଓ ଚକାବନ୍ଦୀରେ ତ୍ରୁଟି ହୋଇଥିବା ଦର୍ଶାଇଥିଲେ । ଯୁବନେତା ସୁନୀଲ ମୋହନ ରାଉତ, ଶଙ୍କର ଦାସ ପ୍ରମୁଖ ରାଜ୍ୟ ସରକାରଙ୍କ ବିରୋଧରେ ବର୍ଷିଥିଲେ । ପରେ ବସୁଧା ସୁଧାର ମଞ୍ଚ ପକ୍ଷ୍ୟରୁ ଧର୍ମଶାଳା ତହସିଲଦାର ଶୀତଲ ଅଗ୍ରୱାଲଙ୍କୁ ଏକ ସାତ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।