(ରିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ସାଧାରଣତଃ ଖରାଦିନେ କେଶର ଅଧିକ ଯତ୍ନ ନେବାକୁ ପଡ଼େ । କାରଣ ଖରାର ତାପ ସାଙ୍ଗକୁ ରାସ୍ତାରେ ଉଡ଼ୁଥିବା ଧୂଳି ଏହାର ଏକ ପ୍ରମୁଖ କାରଣ । ଧୂଳି ଓ ଖରା ପ୍ରଭାବରେ କେଶ ତାର ଚମକତା ଖରାଇବା ସହିତ ରୁକ୍ଷ ହୋଇଯାଇଥାଏ । ତେଣୁ କରି ଏଥିପ୍ରତି ଆପଣଙ୍କୁ ଧ୍ୟାଦ ଦେବାକୁ ପଡ଼ିବ । କେଶର ରୁକ୍ଷ ପଣକୁ ଦୂରେଇ ରଖିବା ପାଇଁ ଆପଣ କଦଳୀକୁ ବ୍ୟବହାର କରିପାରିବେ ।
କାରଣ କଦଳୀରେ ରହିଛି ଭିଟାମିନ୍ ଏ, ବି, ସି, ଇ ସମେତ ପଟାସଅମ , ଲୌହ, ମାଙ୍ଗାନିଜ, ଜିଙ୍ଗ ଆଦି ଖଣିଜ ରୁକ୍ଷ କେଶର ଯତ୍ନ ନେଇଥାଏ । ଏସବୁ ଉପାଦାଦ ପାଚିଲା କଦଳୀରେ ଭରପୁର । ମିଶ୍ରଣ ପ୍ରସ୍ତୁତ କରି ନିୟମିତ ଲାଗାନ୍ତୁ । କେଶ ରୁକ୍ଷତା ଦୂର ହେବ, ଅଗ ଫାଠିବ ନାହିଁ ଏବଂ ମୂଲାୟମ ରହିବ ।
ପଦ୍ଧତି : ଗୋଟିଏ ପାଚିଲା କଦଳୀ ସହିତ ଚଉଠ କପ୍ ଦହି ଏବଂ ଏକ ଚାମଚ ମହୁକୁ ଭଲ ଭାବେ ଫେଣ୍ଟିଦିଅନ୍ତୁ । କେଶ ଓ କେଶ ମୂଳରେ ଲଗାଇ ଗୋଟିଏ ତଉଲିଆ ଗୋଡ଼ାଇ ଦିଅନ୍ତୁ । ଘଣ୍ଟାଏ ପରେ ସାମ୍ପୁରେ ଧୁଅନ୍ତୁ । ପ୍ରତି ସପ୍ତାହରେ ଥରେ ଦୁଇ ଥର ଏ ପରି କରିବା ଦ୍ୱାରା ଧୀରେ ଧୀରେ କେଶର ରୁକ୍ଷତା ଚାଲିଯାଏ ।