ସନ୍ତରଣ ପ୍ରତିଯୋଗିତା ଅନୁଷ୍ଠିତ

( ଦିବ୍ୟକାନ୍ତ ବେହେରା): ଚିଲିକା ବୋଇତ ବନ୍ଦାଣ ଉତ୍ସବ ୨୦୧୮ ଉପଲକ୍ଷେ ନେତାଜୀ ୟୁଥ କ୍ଲବ ଆନୁକୁଲ୍ୟରେ ସମନ୍ତରାପୁର ନିକଟସ୍ଥ ଐତିହ୍ୟ ମଙ୍ଗାଈ ପୁଷ୍କରଣୀରେ ସନ୍ତରଣ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ୧୪ରୁ୨୫ ବର୍ଷର ମୋଟ୩୭ ଜଣ ଭାଗନେଇଥିଲେ । ନେତାଜୀ ୟୁଥ୍ କ୍ଲବ୍ ର ତ୍ରୀପୁରାରୀ ତ୍ରିପାଠୀ ଓ ରତୀକାନ୍ତ ତ୍ରିପାଠୀ , ବାଲୁଗାଁ ମା କାଳିଜାଇ ମୋଟର୍ ବୋଟ୍ ଆସୋସିଏସନ୍ ର ସଭାପତି କୃଷ୍ଣଚନ୍ଦ୍ର ବେହେରା, ଚିଲିକା ବୋଇତ ବନ୍ଦାଣ ଉତ୍ସବ କମିଟିର ସମ୍ପାଦକ ସତ୍ୟ ନାରାୟଣ ସେନାପତି ଉପସ୍ଥିତ ରହି କାର୍ୟ୍ୟକ୍ରମ କୁ ସମ୍ପର୍ଣ୍ଣ କରିଥିଲେ। ପ୍ରତିଯୋଗିତା ସ୍ଥଳେ ସ୍ଥାନୀୟ ପ୍ରଶାସନ ତରଫରୁ ବାଲୁଗାଁ ଦମକଳ ବାହୀନି ର ଦୁଇ କର୍ମଚାରୀ ଙ୍କୁ ନିୟୋଜିତ କରାଯାଇଥିଲା। ପ୍ରତିଯୋଗିତା ରେ ଅଜୟ ମଣ୍ଡଳ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ଵିତୀୟ ସ୍ଥାନ ସୁର୍ୟ୍ୟ ବିଶ୍ୱାସ ଏବଂ ତୃତୀୟ ସ୍ଥାନ ସନ୍ତୋଷ ପ୍ରଧାନ ଓ କାନ୍ତା ବିଶ୍ୱାସ ବିବେଚିତ ହୋଇଥିଲେ।