ହିଞ୍ଜିଳିରେ ସ୍ୱାୟତ୍ତ ଶାସନ ଦିବସ ଉଦଯାପିତ୍ : ତିନିଦିନ ଧରି ଚାଲିଥିଲା ଏହି  ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମିଶନଶକ୍ତି ମେଳା

ଗଞ୍ଜାମ ଜିଲ୍ଲା (ରଜନୀକାନ୍ତ ପାତ୍ର ):ହିଞ୍ଜିଳିକାଟୁ ପୌରପରିଷଦ ପକ୍ଷରୁ ‘ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ’ର ଆଜି ଶେଷ ଦିନ। ହିଂଜିଲିକାଟୁ ପୌରପରିଷଦ ଅଧକ୍ଷ ସୁବାସ ପଲେଇଙ୍କ ଅଧକ୍ଷତା ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ADM ଲିନା କୁମାରୀ ଖେସ, ସଂମାନିତ ଅତିଥି ରୂପେ ADM ରେଭେନ୍ୟୁ ପ୍ରିୟରଞ୍ଜନ ପୃଷ୍ଟି, PD ଡୁଡା ସଚୀଦାନନ୍ଦ ନାୟକ, ଆସ୍କା SDPO ଉମା ଶଙ୍କର ସିଂ, ପୌର ପରିଷଦ ଉପାଦକ୍ଷା ସୁଚିତ୍ରା ପଣ୍ଡା ମଞ୍ଚାସିନ ଥିଲେ।

ସାରା ଦେଶରେ ‘ଆଜାଦି କା ଅମୃତ ମହୋତ୍ସବ’ ଚାଲିଥିବାରୁ ଚଳିତ ବର୍ଷ ହିଞ୍ଜିଳିକାଟୁ ପୌର ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ପାଳନ ଉତ୍ସବକୁ ତିନି ଦିନ ଧରି ଆୟୋଜନ କରାଯାଇଥିଲା।  ବକୃତା, ପ୍ରବନ୍ଧ,ଗୀତ,ଚିତ୍ର,ଟପ୍ପର  ହୋଇଥିବା ସହରର ଛାତ୍ର ଛାତ୍ର ମାନଙ୍କୁ ପୁରସ୍କୃତ କରାଯାଇଥିଲା।   ଓରମାସ ତରଫରୁ ମିଶନ ଶକ୍ତି ମେଳା ଆୟୋଜନ କରାଯାଇ ଗଞ୍ଜାମ ଜିଲା ସମେତ ଗଜପତି, ଖୋର୍ଦ୍ଧା ,ପୁରୀ, ରାୟଗଡା ଓ ନୟାଗଡ଼ ଜିଲାର ବିଭିନ୍ନ ମିଶନ ଶକ୍ତି ଗୋଷ୍ଠି ଏହି ମେଳାରେ ପ୍ରାୟ 30 ଗୋଟି ଷ୍ଟଲରେ ସେମାନଙ୍କ ତିଆରି ସାମଗ୍ରୀକୁ ବିକ୍ରି କରିଥିଲେ। ସଂସ୍କୃତି ବିଭାଗ ତରଫରୁ ଆଜିର ଦିନରେ ଜଗନାଥ, ବଳଭଦ୍ରା,ସୁଭଦ୍ରା ଡ୍ୟାନ୍ସ ଗ୍ରୁପ ପୁରୀ ଦ୍ଵାରା ନୃତ୍ୟ ପରିବେଷଣ ହୋଇଥିଲା।ଆଜିର ମୁଖ୍ୟ ଆକର୍ଷଣ ଥିଲେ ଓଲିଉଡ ଜଗତର ଖଳନାୟକ ଦୈତାରି ପଣ୍ଡା।