ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ସୁରପ୍ରତାପପୁର ଫାଣ୍ଡି ଅନ୍ତର୍ଗତ ସୁରପ୍ରତାପପୁର ଗ୍ରାମରେ । ଗ୍ରାମର ୮୫ବର୍ଷର ଚକ୍ରଧର ପୁହାଣ ଓ ତାଙ୍କ ୭୫ ବର୍ଷିୟ ସ୍ତ୍ରୀ ଯଶୋଦା ପୁହାଣ । ୨ ପୁଅ ଓ ଜଣେ ଝିଅରେ ତାଙ୍କର ଥିଲା ସୁନାର ସଂସାର । ସାମସ୍ତଙ୍କର ବାହାଘର ସାରିଦେଇ ମୁଣ୍ଡରୁୁ ହାଲ୍କା କରିଦେଲେ ବୋଝ । ଭାବିଥିଲେ ବାକି ଜୀବନ ନାତି ନାତୁଣୀ ସହିତ ହସ ଖୁସୀ ରେ କାଟିଦେବେ । କିନ୍ତୁ ସାନପୁଅ ରାଜକିଶୋର ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଅଲଗା ରହିଲା । ବାପା ମା ଓ ଭାଇସହିତ କାଟିଦେଲା ସବୁ ସମ୍ପର୍କ । ବୃଦ୍ଧା ଦମ୍ପତି ବଡପୁଅ ଓ ବୋହୁ ପାଖରେ ରହି ଖୁସି ଥିଲେ ।କିନ୍ତୁ ହଠାତ୍ ବୋହୁର ମୃତ୍ୟୁ ହୋଇଗଲା ।ଏକବର୍ଷ ପରେ ଅଶୋକର ୨ୟ ବିବାହ କରାଇ ଦିଆଗଲା । ସ୍ତ୍ରୀ ବୁଦ୍ଧିରେ ପଡି ଅଶୋକ ଶ୍ୱଶୁର ଘରେ ରହିଲେ ଓ ଘରକୁ ଫେରିଲେ ନାହିଁ । ନାତି ମୁହଁକୁ ଚାହିଁ ସବୁ ଦୁଃଖ ଭୁଲି ତାକୁ ଛୋଟରୁ ବଡ କରି ବିବାହ କରାଇ ଦେଲେ । ନାତି ବିବାହ କରିସାରିବା ପରେ ବାପା ଓ ସାବତ ମାଆର କଥାରେ ପରିଚାଳିତ ହୋଇ, ସବୁ ସମ୍ପତ୍ତି ନିଜ ନାମକୁ କାରିନେଲା । ପରେ ନିଜ ଜେଜେବାପା ଓ ଜେଜେମାଆ କୁ ମାଡ ମାରି ଘରୁ ତଡିଦେଲ ନାତି । କୌଣସି ଉପାୟ ନପାଇ ଦୁଇଜଣ ଜାକ ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ କରମୂଳ ଗ୍ରାମ ନିକଟ ଅଶ୍ୱଖୋଲା ଅଇରା ବୃଦ୍ଧାଶ୍ରମରେ ରହିଲେ । ୪ ମାସ ପରେ ତାଙ୍କ ଝିଅ ଆସି ନିଜ ପାଖକୁ ନେଇଗଲେ । ପରେ ସରକାରଙ୍କ ତରଫରୁ ବୃଦ୍ଧ ଦମ୍ପତ୍ତିଙ୍କୁ ଆବାସ ଘରର କାର୍ଯ୍ୟାଦେଶ ଦେଇଥିଲେ । ବୃଦ୍ଧ ନିଜ ଗାଁକୁ ଫେରି ଏକ ପଲିଥିନ୍ ଟାଣି ରହୁଥିଲେ । ଘର ପାଇଁ ମାପ ଚୁପ କରିବା ସମୟରେ ଉଭୟ ପୁଅ ଓ ନାତି ବୁଦ୍ଧ ଦମ୍ପତ୍ତିଙ୍କୁ ମାଡ ମାରତି ଘରୁ ତଡିଦେଇଥିଲ । ଆଜି ନ୍ୟାୟ ଆଶାରେ ଥାନାର ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧ ।