ଭାରତକୁ ଆଶ୍ୱସ୍ତି: ରୁଷ ତୈଳ କଟକଣା ପ୍ରତ୍ୟାହାର କରିନେଲେ ଟ୍ରମ୍ପ

 ଭାରତ ଓ ଚାଇନାକୁ ବଡ଼ ଆଶ୍ୱସ୍ତି। ରୁଷ ତୈଳ ଆମାଦାନୀ ସହ ଜଡ଼ିତ ଏକାଧିକ କଟକଣାକୁ ଅପ୍ରତ୍ୟାଶିତ ଢଙ୍ଗରେ ପ୍ରତ୍ୟାହାର କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସେପ୍ଟେମ୍ବରରେ ପାରିତ ବିଲ୍‌ କାର୍ୟ୍ୟକାରୀ ହେବାର ଦିନକ ପୂର୍ବରୁ ହିଁ ଟ୍ରମ୍ପ ଏପରି ପଦକ୍ଷେପ ନେଇଛନ୍ତି। କଟକଣା ଉପରେ ରୋକ ଲଗାଇବା ପଛରେ ଜାତୀୟ ସ୍ୱାର୍ଥ ରହିଥିବା ମଧ୍ୟ ଟ୍ରମ୍ପ କହିଛନ୍ତି।

India agreed to stop buying Russian oil, says Trump while announcing trade  deal - India Today

ରୁଷ ଠାରୁ ତୈଳ ଓ ଶକ୍ତି ଆମଦାନୀ କରୁଥିବା ଭାରତ ଓ ଚାଇନା ଉପରେ ୧୦୦% ଟାରିଫ ଲଗାଇବା ଉଦ୍ଦେଶ୍ୟରେ ଟ୍ରମ୍ପ ପ୍ରଶାସନ ନିକଟରେ ଗୋଟିଏ ବିଲ ପାରିତ କରିଥିଲା। ଏଥିରେ ଟ୍ରମ୍ପ ଦସ୍ତଖତ କରି କାର୍ୟ୍ୟକାରୀ କରିବାକୁ ଅନୁମତି ଦେଇଥିଲେ। ଅକ୍ଟୋବର ୧୮ରୁ ଏହା ଲାଗୁ ହେବାର ଥିଲା। କିନ୍ତୁ ଦିନକ ପୂର୍ବରୁ ଟ୍ରମ୍ପ ସମସ୍ତ କଟକଣାକୁ ନିଲମ୍ବିତ କରି ଦେଇଛନ୍ତି।