ଟ୍ରକ ପଛରେ ପିଟି ହେଲା କାର୍

(ତାରାକାନ୍ତ ନାୟକ): କଟକ ଜିଲ୍ଲା ସାଲେପୁର ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ଗତକାଲି ବିଳମ୍ବିତ ରାତିରେ ସାଲେପୁର ପାଖ ଭୈରୀପୁରଠାରେ ଏକ ଟ୍ରକ୍ ପଛରେ କାର୍ଟିଏ ଜୋରରେ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଆଉ ଜଣେ ଚିକିତ୍ସାଧୀନ ଅବସ୍ଥାରେ କଟକ ବଡ଼ ମେଡିକାଲ୍ରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଶେର୍ ଅଲି, ତାଙ୍କ ସ୍ତ୍ରୀ ଅଲିଜା ବିୱି, ପୁଅ ଶେଖ୍ ସିରାଜ ଓ ପୁତୁରା ସନୱାର ଅଲି। ଆଉ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଆଶିକ ଜମାଲଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ପରେ ଡିସ୍ଚାର୍ଜ କରି ଦିଆଯାଇଛି। ତେବେ ଗୁରୁତର ଥିବା ଫୟଜ ଖାନ୍ ଙ୍କ ଚିକିତ୍ସା ଚାଲିଛି।