(ଜୟନ୍ତ କୁମାର ସେଠୀ): ପୁରୀ ଜିଲ୍ଲା ଯୋଗେଶ୍ୱରପୁର ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ମୃତକ ଜଣକ ହେଲେ ବବଲୁ ସାହୁ ।
ସୂଚନାଅନୁଯାୟୀ, ନୁଆହାଟ ବଜାରର ଏକ ମଦ ଦୋକାନରେ କର୍ମଚାରୀ ଭାବେ କାମ କରନ୍ତି ବବଲୁ । ଦୋକାନ ବନ୍ଦ କରି ଘରକୁ ବାଇକରେ ଫେରୁଥିଲାବେଳେ ଅଟୋ ସହ ମୁହାଁ ମୁହିଁ ଧକ୍କା ଦେଇଥିଲା।ଘଟଣା ସ୍ଥଳରେ ମ୍ରୁତୁ ହୋଇଥିଲା। କୌଣସି ସୁତ୍ରରୁ ଖବର ପାଇ ଗୋପ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିଲେ। ଧକ୍କା କରି ଅଟୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ଅଛି। ଗୋପ ପୁଲିସ ଅଟୋ ଓ ବାଇକ ଜବତକରିବା ସହ ତଦନ୍ତ ଚଳାଇଛି।