ବିଧାନସଭା ଗୃହରେ ଦ୍ୱିତୀୟ ଥର ପାଇଁ ହାଜର ହେଲେ ଅଭିଜିତ ଆୟର

(ଆଦର୍ଶ ରାଉତ):  ଓଡ଼ିଶାର ସଂସ୍କୃତି ଏବଂ ଶ୍ରୀଜଗନ୍ନାଥଙ୍କ ସଂପର୍କରେ ଅରୁଚିକର ମନ୍ତବ୍ୟ ରଖି ସାଢ଼େ ୪ କୋଟି ଲୋକଙ୍କ ଭାବାବେଗକୁ କୁଠାରଘାତ କରିଥିବା ସାମ୍ବାଦିକ ତଥା ବୈଜୟନ୍ତଙ୍କ ବନ୍ଧୁ ଅଭିଜିତ୍ ଆୟାର ମିତ୍ର ଆଜି ପୁଣି ବିଧାନସଭା କମିଟି ଆଗରେ ହାଜର ହେବେ । ଏଥିପାଇଁ ସେ ବିଧାନସଭାରେ ପଂହଚିଛନ୍ତି । କମିଟି ଆଗରେ ସେ ସତ୍ୟପାଠ ଦାଖଲ କରିବେ । ଗତ ୨୩ ତାରିଖରେ ହାଜର ହେବା ସମୟରେ ବିଧାନସଭା କମିଟି ଅଭିଜିତଙ୍କୁ ସତ୍ୟପାଠ ଦାଖଲ କରିବାକୁ କହିଥିଲେ । ଏହି ଦିନ ବିଧାନସଭା କମିଟିରେ ହାଜର ପରେ ଅଭିଜିତ ଆୟର ଗିରଫ ହୋଇଥିଲେ । ଅଜ୍ଞାତସ୍ଥାନରେ ଦୀର୍ଘ ସମୟ ପରେ ଜେରା ପରେ ଅଭିଜିୟ ଆୟରକୁ ସହିଦନଗର ପୋଲିସ ଗିରଫ କରିଥିଲା । ପରେ ତାଙ୍କୁ କୋଣାର୍କ ପୋଲିସ ରିମାଣ୍ଡରେ ନେଇ ପଚରାଉଚରା କରିଥିଲେ ।

ଆଜି ବିଧାନସଭା ଗୃହ କମିଟି ସମ୍ମୁଖରେ ଦ୍ୱିତୀୟ ଥର ପାଇଁ ଅଭିଜିତ୍ ଆୟର ମିତ୍ର ହାଜର ହୋଇଥିଲେ। ବିଧାୟକଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପ୍ରସଙ୍ଗରେ ଅଭିଜିତ କମିଟି ଆଗରେ ହାଜର ହୋଇଥିଲେ। ହେଲେ ନିଜ ସତ୍ୟପାଠ ଦାଖଲ କରିପାରି ନଥିଲେ। ତେଣୁ ଅଭିଜିତ୍ ଆସନ୍ତାକାଲି ପୁଣି ଥରେ ଗୃହ କମିଟି ଆଗରେ ହାଜର ହୋଇ ନିଜ ସତ୍ୟପାଠ ଦାଖଲ କରିବେ।