(ରିପୋର୍ଟସ ଟୁଡେ) : ଆଜି ବିଧାନସଭା ଗୃହ କମିଟି ଆଗରେ ଅଭିଜିତ୍ ଆୟର ମିତ୍ର ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି।ଏନେଇ ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର କହିଛନ୍ତି,“ଅଭିଜିତ୍ ଆୟରଙ୍କ ସତ୍ୟପାଠକୁ ତର୍ଜମା କରାଯିବ। ତର୍ଜମା ପରେ ସ୍ପଷ୍ଟୀକରଣର ଆବଶ୍ୟକତା ଥିଲେ ଅଭିଜିତ୍ଙ୍କୁ ପୁଣି ଡକାଯିବ।”ସେ କହିଛନ୍ତି,“ବିଧାନସଭାର ନିର୍ଦ୍ଦେଶ ଅନୁଯାୟୀ ଗୃହ ଯେଉଁ ଦିନ ବସିବ ସେଦିନ ରିପୋର୍ଟ ପ୍ରଦାନ କରାଯିବ। ଆବଶ୍ୟକ ହେଲେ ପୁଣି ଥରେ ଗୃହ କମିଟି ବୈଠକ ବସିବ।”
ଗତକାଲି ଅଭିଜିତ୍ ଦ୍ୱିତୀୟ ଥର ପାଇଁ ବିଧାନସଭା ଗୃହ କମିଟି ଆଗରେ ହାଜର ହୋଇଥିଲେ। ହେଲେ ସତ୍ୟପାଠ ଦାଖଲ କରି ପାରିନଥିଲେ। ତେଣୁ ତାଙ୍କୁ ଆଜି ଦିନ ୧୧ଟାରେ ଗୃହ କମିଟିରେ ହାଜର ହୋଇ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଆଉ ଏହା ତାଙ୍କ ପାଇଁ ଶେଷ ସୁଯୋଗ ବୋଲି କୁହାଯାଇଥିଲା।