ଢେଙ୍କାନାଳ : ଅବକାରୀ ବିଭାଗର ବଡ଼ ଧରଣର ରେଡ୍ । ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ମାଝୀଙ୍କ ଘରେ ଚାଲିଥିଲା ମଦ ଫ୍ୟାକ୍ଟ୍ରି| ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଭୁବନରେ | ଅବକାରୀ ଅଧ୍ୟକ୍ଷକ ତତ୍ୱାବଧ୍ୟାନରେ ଜିଲ୍ଲା ପରିଷଦ ସଦସ୍ୟଙ୍କ ଘରେ ଏକ ସ୍ୱତନ୍ତ୍ର ଟିମ୍ ଚଢ଼ାଉ କରିଥିଲେ ।୫୧ ଲିଟର ନକଲି ମଦ ସହ ବୋତଲ ଜବତ କରାଯାଇଛି ।ସେହିଭଳି ୨ଟି ଜୀବନ୍ତ ଗୁଳି ଜବତ କରାଯାଇଛି । ଘଟଣାରେ ବିଜେଡି ଜିଲ୍ଲାପରିଷଦ ସଦସ୍ୟ, କନେଷ୍ଟବଳ, ଅନ୍ୟ ଜଣଙ୍କୁୁ ଗିରଫ କରିଛି ଅବକାରୀ ସ୍କ୍ୱାର୍ଡ | କନେଷ୍ଟବଳ ଜଣକ ହେଉଛନ୍ତି ଯାଜପୁର ଜଖପୁରା ଥାନାର ଶାନ୍ତ ଦଳେଇ | ତେବେ ବିଜେଡି ଜିଲ୍ଲା ପରିଷଦ ସଦସ୍ୟ ସୁବାଷ ମାଝୀ ଓ ଭୁବନ ମୃଦଙ୍ଗା ଗାଁର ଅରବିନ୍ଦ ଦାସଙ୍କୁ ଗିରଫ କରାଯାଇଛି । ଗିରଫ ୩ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି |