ପାକିସ୍ତାନ: ପୁଣି ଥରିଲା ପାକିସ୍ତାନ । ପୁଣି ପଶ୍ଚିମ ପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍ପେଲରେ ୫.୫ ରେକର୍ଡ କରାଯାଇଛି । ପାକିସ୍ତାନ ଆଫଗାନିସ୍ତାନ ସୀମା ନିକଟରେ ଭୂକମ୍ପର କେନ୍ଦ୍ରସ୍ଥଳୀ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିନାହିଁ। ଏହାପୂର୍ବରୁ ଫେବୃଆରୀ ୧୭ରେ ପାକିସ୍ତାନର ଇସଲାମାବାଦ ନିକଟରେ ଭୂକମ୍ପ ଅନୁଭୂତ ହୋଇଥିଲା। ଯାହାର ତୀବ୍ରତା ୪.୭ ରହିଥିଲା। ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇନଥିଲେ ମଧ୍ୟ ଲୋକ ଭୟଭୀତ ଥିବା ଜଣାପଡିଛି।