୪୨ ଜଣ ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ

(ସୋମ୍ୟ ରଜଂନ ସେଠୀ) ରଥଯାତ୍ରା ସମୟରେ ନିୟମକୁ ଉଲଙ୍ଘନ କରିଥିବା ଅଭଯୋଗରେ ୪୨ ଜଣ ସେବାୟତ ଙ୍କୁ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ । ଗତ ରଥଯାତ୍ରା ସମୟରେ ମନ୍ଦିର ର ନୀତିକାନ୍ତି ରେ ତୃଟି ଦେଖାଦେଖାଯାଇଥିଲା । ସିସିଟିଭି ଫୁଟେଜ ଆଧାରରେ ଦ୍ିତୀୟ ପର୍ଯ୍ୟାୟରେ ୧୮ ଜଣ ସେବାୟତଙ୍କୁ ନୋଟିସ ଜାରି କରିଛି ଶ୍ରୀମନ୍ଦିର ପ୍ରଶାସନ ତେବେ ଏବେ ସୁଦ୍ଧା ମୋଟ ୪୨ ଜଣକୁ ନୋଟିସ ଜାରି କରାଯାଇଛି
ସେପଟେ ଏହି ନୋଟିସ ଉପରେ ପ୍ରତିକ୍ରିୟା ରଖିଛନ୍ତି ବିନାୟକ ଦାସ ମହାପାତ୍ରା । ସେ କହିଛନ୍ତି ଏହି ନୋଟିସ ଫଳରେ ଆଗାମୀ ଦିନରେ ରଥଯାତ୍ରାରେ ବିଶୃଙ୍ଖଳା ସୃଷ୍ଟି ହେବ । ଚଳିତ ବର୍ଷ ରଥଯାତ୍ରା ଶାନ୍ତିଶୃଙ୍ଖଳାରେ ସାରିଥିବା ହେତୁ ପ୍ରଶାସନ ସେବୟତଙ୍କୁ ପ୍ରଶଂସା କରିଥିଲେ । ତେବେ ଏହି ନୋଟିସ ପୁଣି ସେବୟତଙ୍କ ବିରୋଧରେ ପ୍ରଶାସନ କାହିଁକି ଦେଇଛି ତାକୁ ନେଇ ଏବେ ବିନାୟକ ଦାସ ମହାପାତ୍ର ପ୍ରଶ୍ନ କରିଛନ୍ତି । ରଥଯାତ୍ରା ସମୟରେ ଦାନ ଦକ୍ଷିଣା ନେବା ଦଇତାପତିଙ୍କ ହକ ବୋଲି ଶ୍ରୀମନ୍ଦିର ରେକର୍ଡ଼ ଅଫ ରାଇଟିସ୍‌ରେ ରହିଛି । ଏଣୁ ଦଇତାପତି ମାନେ ଯଦି ଦକ୍ଷିଣା ନେଇଥାନ୍ତି ତାହା କୌଣସି ନିୟମକୁ ଉଲଘଂନ କରୁନାହିଁ । ପ୍ରଶାସନ କେବଳ ସେବୟତଙ୍କୁ ବଦନାମ କରିବା ପାଇଁ ଉଦ୍ୟମ କରୁଥିବା ସେ ଅଭିଯୋଗ କରିଛନ୍ତି । ସେହିପରି ଶ୍ରୀ ମନ୍ଦିରରେ ପ୍ରଶାସନ ଦ୍ୱାରା ହେଉଥିବା ସବୁ ଦୁର୍ନୀତିର ଖୁବ ଶୀଘ୍ର ପର୍ଦ୍ଦାଫାସ କରାଯିବ ବୋଲି ବରିଷ୍ଠ ଦଇତାପତି ବିନାୟକ ଦାସ ମହାପାତ୍ର ଚେତାବନୀ ଦେଇଛନ୍ତି ।