(ସୁରେଶ କୁମାର ସାମନ୍ତରାୟ) : ୭ ଦଫା ଦାବୀ ନେଇ ସିପିଆଇ ପକ୍ଷରୁ ବୋଲଗଡ ବ୍ଲକ ଘେରାଉ କରାଯାଇଛି । ସିପିଆଇର ବୋଲଗଡ ଓ ବେଗୁନିଆ ଜୋନ କମିଟି ପକ୍ଷରୁ ଏହି ଘେରାଉ କାର୍ଯ୍ୟକ୍ରମ ହୋଇଥିଲା । ସିପିଆଇ ନେତା ଆଇନଜୀବି ଅମିୟ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟପରିଷଦ ସଭ୍ୟ ରାମକୃଷ୍ଣ ପଣ୍ଡା, ସ୍ୱାତୀ ମିଶ୍ର, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ନୃସିଂହ ବେହେରା, ସିପିଆଇ ନେତା ସୁମନ୍ତ ଛୋଟରାୟ, ଦିବାକର ପରମଗୁରୁ, ଲକ୍ଷ୍ମଣ ସେଠୀ, ଅଜୟ ମଙ୍ଗରାଜ ଓ ବିନୋଦ ବରାଡ ପ୍ରମୁଖଙ୍କ ସମେତ ଶତାଧିକ ଦଳୀୟ କର୍ମୀମାନେ ସାମିଲ ହୋଇଥିଲେ । ସିପିଆଇ ନେତା ଓ କର୍ମୀମାନେ ବୋଲଗଡ ଗୋପବନ୍ଧୁ ଛକରୁ ଏକ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା କରି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଏକ ସାଧାରଣ ସଭା କରିଥିଲେ । ଏହି ସଭାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର କୃଷକ ମରଣ ନୀତି ଓ ଜନବିରୋଧି ଆଭିମୁଖ୍ୟ ସମ୍ପର୍କରେ ବର୍ଷିଥିଲେ । ପରେ ୭ ଦଫା ସମ୍ବଳିତ ଏକ ଦାବି ପତ୍ର ବିଡିଓ ରତିକାନ୍ତ ମିଶ୍ରଙ୍କୁ ପ୍ରଦାନ କରିଥିଲେ । ପ୍ରମୁଖ ଦାବି ଗୁଡିକ ହେଉଛି ସଅର ଆଦିବାସୀ ମାନ୍ୟତା, ଦରବୃଦ୍ଧି ନିୟନ୍ତ୍ରଣ, କୃଷିଋଣ ଛାଡ, କୃଷକଙ୍କୁ ଭତ୍ତା ପ୍ରଦାନ ଏବଂ ଆଦିବାସୀମାନଙ୍କୁ ଭତ୍ତା ଓ ସରକାରୀ ଗୃହ ଯୋଗାଇବା ଆଦି ଦାବୀ ଗୁଡିକ ଅନ୍ତର୍ଭୁକ୍ତ ରହିଛି ।