(ଆଦର୍ଶ ରାଉତ) : ଫୁଲବାଣୀ ର ପୂର୍ବତନ ବିଧାୟକ ଙ୍କ ନାମରେ ଯୁବତୀ ଆଣିଲେ ସଙ୍ଗିନ ଅଭଯୋଗ , ରାତି ଅଧରେ ତାଙ୍କ ଘରେ ପସି ତାଙ୍କୁ ବିବାହ କରିବାକୁ ବାଧ୍ୟ କରିବା ସହ ତାଙ୍କୁ ମାରପିଟ୍ କରିଥିବାର ଅଭିଯୋଗ କରିଛନ୍ତି ଯୁବତୀ ।
ସୂଚନା ଅନୁଯାୟୀ ଫୁଲବାଣୀ ର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଜଣେ ଯୁବତୀ ଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି । ଏନେଇ ଯୁବତୀ ଜଣଙ୍କ ଦେବେନ୍ଦ୍ର ଓ ତାଙ୍କର ଡ୍ରାଇଭର ରିଙ୍କୁ ସାହୁ ନାଁରେ ଥାନାରେ ଅଭିଯୋଗ କରିଛନ୍ତି । ସାମବାର ଦିନ ବିଳମ୍ବିତ ରାତିରେ ଦେବେନ୍ଦ୍ର ଓ ତାଙ୍କ ଡ୍ରାଇଭର ରିଙ୍କୁ ସାହୁ ଯୁବତୀଙ୍କ ଘରେ ପସି ତାଙ୍କ ସହ କଣ ପାଇଁ କଥା ହେଉନାହାଁନ୍ତି କହି ତାଙ୍କୁ ଗାଲିଗୁଲଜ କରିଥିଲେ ପରେ ଯୁବତୀଙ୍କ ମା ଆସି ପଚାରିବାରୁ ବିଧାୁୟକ କହିଥିଲେ ତୁମ ଝିଅ କୁ ମୁଁ ବାହାହେବି, ଏହି କଥାକୁ ବିରୋଧ କରିବାରୁ ତାଙ୍କୁ ମାରପିଟ କରିଥିଲେ ବୋଲି ମା ଅଭିଯୋଗ ଆଣିଛନ୍ତି ।
ସେପଟେ, ସଦର ଥାନା ପୋଲିସ ଦେବେନ୍ଦ୍ର ଏବଂ ରିଙ୍କୁ ନାମ ରେ ମାମଲା ରୁଜୁ କରି ଘଟଣାର ତଦନ୍ତ ଅରମ୍ଭ କରିଛି, ଘଟଣାର ସତ୍ୟାସତ୍ୟ ସମ୍ପର୍କରେ ଜଣାପଡିଲେ ଅଭିଯୁକ୍ତ ମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି କନ୍ଧମାଳ ଜିଲ୍ଲାର ଅତିରିକ୍ତ ଏସପି କହିଛନ୍ତି ।