ବାଇକ ଦୁର୍ଘଟଣା ୨ମୃତ ଜଣେ ଗୁରୁତର

(ସର୍ବେଶ୍ୱର ପାତ୍ର ): ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଲୁଅଝରଣ ପଞ୍ଚସଖା ରାଇସ ମିଲ ନିକଟରେ ଆଜି ଦିନ ୧୧ଟା ୩୦ ବେଳକୁ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୁଚନା ଅନୁଜାଇ ଆଜି କାମାକ୍ଷାନଗର ପଟୁ ଢେ଼ଙ୍କାନାଳ ଆଡକୁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ମୃତକ ହେଲେ କାମାକ୍ଷାନଗର ଆଳତୁମା ଗ୍ରାମର ଭୁଲୁ ପାତ୍ର ଓ ଟୁଟୁ ପାତ୍ର ଏବଂ ଗୁରୁତର ହେଲେ କଂହେଇ ବେହେରା । ଗୁରୁତର କଂହେଇଙ୍କୁ କାମାକ୍ଷାନଗର ମେଡିକାଲ ରେ ଭର୍ତି କରାଯାଇଛି ।