(ସୁରେଶ / ସର୍ବେଶ୍ୱର / ଓମ୍ ପ୍ରକାଶ / ଜୟନ୍ତ ) : ପ୍ରବାଦ ପୁରୁଷ ଅଟଳ ବିହାରୀ ବାଜପେୟୀଙ୍କ ଅନ୍ତରେ ସାରାଦେଶ ମର୍ମାହତ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମହାନାୟକଙ୍କ ବିୟୋଗରେ ଶୋକସଭା ପାଳିତ ସହ ଶ୍ରଦ୍ଧାଞ୍ଜଳି ଦିଆଯାଇଛି । ଅଟଳ ବାବୁ ଅମର ରହେ ଧ୍ୱନିରେ ଚାରିଆଡ ପ୍ରମ୍ପକିତ ହୋଇପଡିଥିଲା । ବୋଲଗଡ ବ୍ଲକ୍ ବାଙ୍କୋଇ ଦୁର୍ଗାମଣ୍ଡପ ଠାରେ ଶୁକ୍ରବାର ସଂନ୍ଧ୍ୟାରେ ପୁର୍ବତନ । ଜନନାୟକ ଅଟଳବିହାରୀ ବାଜପେୟୀଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଛି । ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରକାଶ ଚନ୍ଦ୍ର ବିଜୁଳିଙ୍କ ପୌରହିତରେ ଅନୁଷ୍ଠିତ ସ୍ମକୃତିଚାରଣ ସଭାର ପ୍ରାରମ୍ଭରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ଏଠାରେ ଉପସ୍ଥିତ ସମସ୍ତ ଜନସାଧାରଣ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହି ସଭାରେ ଏମପି ପ୍ରତିନିଧି ପ୍ରମୋଦ ମହାପାତ୍ର, କାଳିଚରଣ ଜୟସିଂହ, ଲୋତକ ବିନ୍ଦୁ ପଟ୍ଟନାୟକ, ଭାଜପାର ସିଲୁ ବଳିଆର ସିଂହ ଆଦି ବରିଷ୍ଠ ବ୍ୟକ୍ତିମାନେ ଉପସ୍ଥିତ ଥିଲେ ।
ସେହିପରି ସୁବର୍ଣ୍ଣପୁର ପ୍ରଭାସ ଲଜ୍ ମିଟିଂ ହଲ୍ , ବିଜୁ ପଟ୍ଟନାୟକ ଛକଠାରେ ସୁବର୍ଣ୍ଣ ପୁର ଜିଲ୍ଲା ସ୍ୱସ୍ଥ ଭାରତ ସୋନପୁର ମନୁମୁଣ୍ଡା ଓ ବିଜେପି ମୋର୍ଚ୍ଚା ତରଫରୁ ସ୍ୱର୍ଗୀୟ ଅଟଳ ବିହାରୀ ବାଜପେୟୀଙ୍କ ର ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଲେବର ସଙ୍ଗଠନ ର ସଭାପତି ଲଲୀତ ନାଏକ ଏବଂ ସ୍ୱସ୍ଥ ଭାରତ ସଭାପତି ଲକ୍ଷ୍ମୀ ନାରାୟଣ ମେହେର ଯୋଗ ଦେଇଥିଲେ।ସାମ୍ବାଦିକ ନିରଞ୍ଜନ ତ୍ରିପାଠୀ, ପଏରି ସଭାପତି ଲଡୁ କିଶୋର ମଲ୍ଲିକ, ବିଶିଷ୍ଟ କବି ସଞୀବ ନାଏକ, ବୁଦ୍ଦିଜୀବୀ, ସମାଜ ସେବୀ , ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମାନନ୍ଦ ଜେନା,ମଣ୍ଡଳ ସଭାପତି ରଞ୍ଜନ କୁମାର ମିଶ୍ର, ମଣ୍ଡଳ ସାଧାରଣ ସମ୍ପ।ଦକ ଯଯାତୀ ସାହୁ, ଖୁଦିର।ମ ବେହେରା, ଭାଗିରଥି ବରାଳ,ସ୍ମୃତିରଞ୍ଜନ ବରାଳ,ସନାତନ ସାହୁ, ଅଭିମନୁ ସିଂହ, ଇନ୍ଦ୍ରମଣି ସାହୁ, ରଞ୍ଜନ ସାହୁଙ୍କ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ବିଶାଳ ମଣ୍ଡଳ ବିଜେପି ତରଫରୁ ପ୍ରବାଦ ପୁରୁଷଙ୍କ ବିୟୋଗରେ ଶୋକସଭା ପାଳିତ ହୋଇଯାଇଛି । ବ୍ଲକ ସଭାପତି ବଳଭଦ୍ର ସାହୁ,କରଗୋଳା ପଂଚାୟତ ପୂର୍ବତନ ସରପଞ୍ଚ ଅସତୋଷ ପଣ୍ଡା,କଣ୍ଟାପାଳ ସରପଞ୍ଚ ଲୋକନାଥ ସିଂହ,କଙ୍କଡାହାଡ ସରପଞ୍ଚ ହୃଦାନନ୍ଦ ବେହେରା,ମିଶ୍ର ମହାନ୍ତ,ଅଚୂତ୍ୟ ପ୍ରଧାନ,ବାମ ସରପଞ୍ଚ ଭାରତୀ ସାହୁଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।
ପୁରୀ ଜିଲ୍ଲା ପିପିଲି ବିଜେପି ପକ୍ଷରୁ ପିପିଲି ସାତ ଶଙ୍ଖ ଠାରେ ଭାରତର ପୁର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତର ରତ୍ନ ନାମରେ ନାମିତ ଅଟଳ ବିହାରୀ ବାଜପେୟୀଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଂଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବିଜେପି ନେତା ଆଶ୍ରିତ ପଟ୍ଟନାୟକଙ୍କ ନେତୃତ୍ବରେ ଶତାଧିକ ବିଜେପି କର୍ମୀ ,ବୁଦ୍ଧିଜିବୀ, ସମାଜସେବୀ ଅଂଶ ଗ୍ରହଣ କରି ଭାରତର ରତ୍ନ ବାଜପେୟୀଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।