ଯୌତୁକରେ ୨୧ଟି ବିଷଧର ସାପ

(ରିିପୋର୍ଟସ ଟୁଡେ /ଶୁଭସ୍ମିତା ଦାଶ ) : ଝିଅକୁ ଯୌତୁକରେ ସାପ । କଥାଟା ଶୁୂଣି ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ଗୋଟେ କି ଦୁଇଟି ନୁହେଁ ଏକାଥରକେ ୨୧ଟି ସାପ ଯୌତୁକ ଆକାରରେ ଦିଆଯାଏ । ମଧ୍ୟପ୍ରଦେଶର ଗୌରିଆ ସମ୍ପ୍ରଦାୟରେ ଏମିତି ପ୍ରଥା ରହିଛି ଝିଅ ବିବାହ ସମୟରେ ଯୌତୁକ ବାବଦରେ ସାପ ଦିଆଯାଏ। କୌଣସି ମାମୁଲି ସାପ ନୁହେଁ ବିଷଧର ସାପଗୁଡ଼ିକୁ ଯୌତୁକରେ ଦିଆଯାଇଥାଏ । ସାପ ଯୌତୁକ ଦେବା ପଛରେ ଦୁଇଟି କାରଣ ରହିଛି। ପ୍ରଥମଟି ହେଲା ଝିଅକୁ ସାପ ଯୌତୁକ ଦେଲେ ଜ୍ୱାଇଁ ଏହାକୁ ନେଇ ରୋଜଗାର କରି ପରିବାର ପ୍ରତିପୋଷଣ କରିପାରିବ। ଆଉ ଗୋଟିଏ କାରଣ ହେଲା ଯଦି ଝିଅକୁ ସାପ ଯୌତୁକ ଦିଆଯିବ ନାହିଁ ତେବେ ଝିଅ-ଜ୍ୱାଇଁଙ୍କ ସମ୍ପର୍କ ଭାଙ୍ଗିଯିବ। ଏହା ବ୍ୟତୀତ ଗୌରିଆ ସମାଜର ସାପ ପାଳନ କରିବା ହେଉଛି ପେସା । ଏହି ପେସା ଦ୍ୱାରା ସେମାନେ ଜୀବନ ଜୀବିକା ନିର୍ବାହ କରନ୍ତି। ତେଣୁ ବିବାହ ସମୟରେ ଝିଅକୁ ବିଷଧର ସାପ ଯୌତୁକ ଦେବା ପ୍ରଥା ଚଳିଆସୁଛି।