ଅମୃତିଆ ମା’ ହିଙ୍ଗୁଳାଦେବୀଙ୍କ ମହୋତ୍ସବ ଉଦ୍ଘାଟିତ । କୋରେଇ ବ୍ଳକ ଅମୃତିଆ ସ୍ଥିତ, ମା’ ହିଙ୍ଗୁଳାଙ୍କ ୫୫ତମ ପୂଜା ଉଦ୍ଘାଟିତ ହୋଇଯାଇଛି । ମହୋତ୍ସବ ସନ୍ଧ୍ୟାରେ ପ୍ରତିଦିନ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। କମିଟିର ସଭାପତି ଅଭୟ କୁମାର ମହାପାତ୍ରଙ୍କ ସଭାପତିତ୍ବରେ, ଅନୁଷ୍ଠିତ ମହୋତ୍ସବ ସନ୍ଧ୍ୟା ଉଦ୍ଘାଟିତ ହୋଇଛି। ମୁଖ୍ୟ ଅତିଥିଭାବେ ଯାଜପୁର ରୋଡ଼ ଏସଡିପିଓ ଶରତ ଚନ୍ଦ୍ର ପାତ୍ର, ସାମ୍ବାଦିକ ସୁବାସ ଧଳ, ପାଣିକୋଇଲି ଥାନାଧିକାରୀ ରଞ୍ଜିତ ମହାନ୍ତି, ନାରାୟଣ ଶତପଥି ପ୍ରମୁଖ ଉଦ୍ଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ।
