ଟଙ୍କା ଓ ମୋବାଇଲ୍ ଛଡ଼ାଇବାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ

ଗଣେଶ ଭସାଣି ପରେ ମୈତ୍ରୀ ବିହାର ଥାନା ଅଧୀନ ଜନତା ନଗରରେ ଘଟିଛି ରକ୍ତାକ୍ତ ସଂଘର୍ଷ। ଟଙ୍କା ଓ ମୋବାଇଲ୍ ଛଡ଼ାଇବାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଛି। ଉଭୟ ପକ୍ଷ ପରସ୍ପରକୁ ଠେଙ୍ଗା ଓ ବିଅର ବୋତଲରେ ଆକ୍ରମଣ କରିବାରୁ ଏକାଧିକ ଯୁବକ ଆହତ ହୋଇଛନ୍ତି।

ଆକ୍ରମଣ ସମୟରେ ବୋତଲ ଭାଙ୍ଗି ଜଣେ ଯୁବକଙ୍କ ଦେହ, ମୁଣ୍ଡ ଓ ହାତରେ କାଚ ପଶିଯାଇଥିବାରୁ ସେ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ଓ ପରେ ଅନ୍ୟ ଏକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଘଟଣା ପରେ ଅନେକ ଗଣ୍ଡଗୋଳକାରୀ ଫେରାର ହୋଇଯାଇଥିବା ବେଳେ ପୋଲିସ ଜଣଙ୍କୁ କାବୁ କରିଛି। ଗଣ୍ଡଗୋଳର ପ୍ରକୃତ କାରଣ ଏବେ ମଧ୍ୟ ସ୍ପଷ୍ଟ ହୋଇନାହିଁ। ଫେରାର ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ମୈତ୍ରୀ ବିହାର ପୋଲିସର ଚଢ଼ାଉ ଜାରି ରହିଛି।