ଭୁବନେଶ୍ୱର ଦୟା ବ୍ରିଜ୍ରେ ଅଭାବନୀୟ ଘଟଣା। ନିଜ କୁନି ଝିଅକୁ ଧରି ଦୟା ବ୍ରିଜ୍ରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ଜଣେ ମହିଳା। ମାଆ ଓ ଝିଅ ବ୍ରିଜ୍ ଉପରେ ଥିବା ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଉଦ୍ଧାର କରିଥିଲେ। ପରେ ଉଭୟଙ୍କୁ ଧଉଳି ଥାନା ପୋଲିସ ଜିମା ଦିଆଯାଇଛି। ଘଟଣାକୁ ନେଇ ମହିଳାଙ୍କୁ ପଚରାଉଚରା କରିବା ସହ ଆତ୍ମହତ୍ୟା ଉଦ୍ୟମର କାରଣ ଖୋଜୁଛି ଧଉଳି ଥାନା ପୋଲିସ।