କୋରେଇ ବିଜେଡି ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ୧୧୦ ତମ ଜନ୍ମ ବାର୍ଷିକୀ  

ଯାଜପୁର ଜିଲ୍ଲା କୋରେଇ ଅଞ୍ଚଳରେ ବିଜୁ ଜନତା ଦଳ ପକ୍ଷରୁ ଧୁମଧାମରେ ପାଳନ କରାଯାଇଛି ଓଡ଼ିଶାର ମହାନ ପୁରୁଷ ବିଜୁ ପଟନାୟକଙ୍କ ଙ୍କ ୧୧୦ ତମ ଜନ୍ମ ବାର୍ଷିକୀ। ଭବପ୍ରସାଦ ଦାସ ଏହି ସଭାକୁ ଦୀପ ପ୍ରଯୋଳନ କରି ଉଦ୍ଘାଟନ କରିଥିଲେ, ଏହି ଅବସରରେ ଦଳର ସ୍ଥାନୀୟ ନେତା, କର୍ମୀ ଓ ସମର୍ଥକମାନେ ବଡ଼ ସଂଖ୍ୟାରେ ଯୋଗଦେଇ ତାଙ୍କ ମୂର୍ତ୍ତି ଓ ଛବିରେ ପୁଷ୍ପମାଳ୍ୟ ଅର୍ପଣ କରି ସ୍ମୃତିଚାରଣ କରିଥିଲେ।

କାର୍ଯ୍ୟକ୍ରମରେ ବକ୍ତାମାନେ କହିଥିଲେ ଯେ, ଓଡ଼ିଶାର ଉନ୍ନତି, ଯୁବ ସମାଜର ପ୍ରେରଣା ଓ ସାହସିକ ନେତୃତ୍ୱର ଏକ ଅଲଗା ପରିଚୟ ଥିଲେ ବିଜୁ ପଟ୍ଟନାୟକ ତାଙ୍କ ଆଦର୍ଶ ଓ ଚିନ୍ତାଧାରା ଆଜି ବି ନୂତନ ପିଢ଼ୀକୁ ପ୍ରେରଣା ଦେଇଆସୁଛି ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ସମସ୍ତ ନେତା ଓ କର୍ମୀମାନେ ବିଜୁ ପଟ୍ଟନାୟକଙ୍କ ଆଦର୍ଶକୁ ଅନୁସରଣ କରି ସମାଜ ସେବା ଓ ଓଡ଼ିଶାର ଉନ୍ନତି ପାଇଁ କାମ କରିବାକୁ ସଙ୍କଳ୍ପ ନେଇଥିଲେ।