ଆଜି ଆଇ.ପିଏ.ଲ-୨୦୨୬ର ୫୨ତମ ମ୍ୟାଚ୍ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ। ମ୍ୟାଚ ଟି ରାଜସ୍ଥାନର ଘରୋଇ ପଡ଼ିଆ, ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ସନ୍ଧ୍ୟା ୭:୩୦ରେ ଆରମ୍ଭ ହେବ। ଶୁଭମନ ଗିଲଙ୍କ ନେତୃତ୍ୱାଧୀନ ଗୁଜରାଟ ଟାଇଟାନ୍ସ ପଏଣ୍ଟ ଟେବୁଲରେ ରାଜସ୍ଥାନକୁ ପଛରେ ପକାଇବାର ସୁଯୋଗ ପାଇଛି। ଉଭୟ ଦଳ ୧୦ଟି ମ୍ୟାଚ୍ ଖେଳି ୬ଟି ବିଜୟ ଏବଂ ୪ଟି ପରାଜୟ ସହିତ ୧୨ ପଏଣ୍ଟ ହାସଲ କରିଛନ୍ତି । କିନ୍ତୁ ଭଲ ନେଟ୍ ରନ୍ ରେଟ୍ ଯୋଗୁଁ ରାଜସ୍ଥାନ ଚତୁର୍ଥ ଏବଂ ଗୁଜରାଟ ପଞ୍ଚମ ସ୍ଥାନରେ ରହିଛି। ଗୁଜରାଟ ଚମତ୍କାର ଫର୍ମରେ ଅଛି । କାରଣ ସେ ଲଗାତାର ଶେଷ ତିନୋଟି ମ୍ୟାଚ୍ ଜିତିଛି । ଏହି ସମୟରେ, ରିୟାନ ପରାଗଙ୍କ ଅଧିନାୟକତ୍ୱରେ ରାଜସ୍ଥାନ ରୟାଲ୍ସ ଶେଷ ପାଞ୍ଚଟି ମ୍ୟାଚ୍ ମଧ୍ୟରୁ ତିନୋଟିରେ ପରାସ୍ତ ହୋଇଛି।