ରସୁଲପୁର ବ୍ଲକ ଅଧିନସ୍ଥ କୁଆଖିଆ ର ବିଜୁ ନଗର ଠାରେ ଥିବା ଲା୍ୟନ୍ସ କ୍ଲବ ପରିସରରେ ଆଜି ଏକ ସ୍ବେଛାକୃତ ରକ୍ତଦାନ ଶିବିର ଲା୍ୟନ୍ସ କ୍ଲବ କୁଆଖିଆ ର ସଭାପତି ତଥା ଯୁବ ସଂଗଠକ ଜନ୍ମେଜୟ ସାହୁ ଙ୍କ ପ୍ରଚେଷ୍ଟା ରେ ହୋଇଯାଇଛି । ଗ୍ରୀଷ୍ମ ସମୟ ରେ ରକ୍ତ ର ଘୋର ଅଭାବ ପୂରଣ ପାଇଁ ଏହା ସହାୟକ ହୋଇଛି । ଏହି ଅବସରରେ 52 ଜଣ ରକ୍ତଦାତା ରକ୍ତଦାନ କରିଥିଲେ ।

ଏହି ରକ୍ତଦାନ ଶିବିର କୁ ଆନୁଷ୍ଟାନିକ ଭାବେ ଯାଜପୁର ଜିଲ୍ଲା ପୋଲିସ SDPO ଶରତ ଚନ୍ଦ୍ର ପାତ୍ର ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ମୁଖ୍ୟ ଡ଼.ରଶ୍ମି ରଞ୍ଜନ ପଶାୟତ, ଜିଲ୍ଲା ଲେଖକ ସମ୍ମେଳନ ର ସଭାପତି ଡାକ୍ତର ରୁଦ୍ର ନାରାୟଣ ପୃଷ୍ଟି, ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ କୈଳାଶ ନାୟକ, କୁଆଖିଆ ଥାନା ଅଧିକାରୀ ସୁଶାନ୍ତ ସେଠି, ଅବସରପ୍ରାପ୍ତ ଶିକ୍ଷକ ପ୍ରଦୀପ ସାମଲ, କମ୍ରେଡ ଆଲୋକ ମହାନ୍ତି, ସମାଜସେବୀ ସୁଧୀର ଚନ୍ଦ୍ର ନାୟକ, ଗୟାଧର ମଲ୍ଲିକ,ରବୀନ୍ଦ୍ର ଧୀର ଶଶୀକାନ୍ତ ମଲ୍ଲିକ, ପ୍ରତାପ ଚନ୍ଦ୍ର ପଣ୍ଡା ପ୍ରମୁଖ ଯୋଗ ଦେଇ ରକ୍ତଦାତା ଙ୍କୁ ପ୍ରୋତ୍ସାହିତ କରିଥିଲେ ।

. ଲା୍ୟନ୍ସ କ୍ଲବ ପକ୍ଷ ରୁ ବିକାଶ ସାହୁ,ଶିଶିର ପଣ୍ଡା ସରୋଜ ସାହୁ, ଦେବାଶିଷ ନାୟକ, ମାନସ ଆର୍ଚାଯ୍ୟ, ଯଶୋବନ୍ତ ଦାସ, ଚିତ୍ତରଞ୍ଜନ ଦାଶ ସରୋଜ ସାହୁ, ନାରାୟଣ ପରିଡା ପ୍ରମୁଖ ସହଯୋଗ କରିଥିଲେ ।