ଉତ୍ତରପ୍ରଦେଶରେ ଯୋଗୀ ଭୋଗିଛନ୍ତି
ଓଡିଶାରେ ନବୀନ ଓ ବେଙ୍ଗଲରୁ ମମତା ଯାଇଛନ୍ତି
ଧର୍ମକୁ ନେଇ ରାଜନୀତି ଯିଏ କରିଛି, ଏହାର ଫଳ ସେ ନିଶ୍ଚୟ ଭୋଗିଛି । ବୋଧେ ଭାରତୀୟ ରାଜନୀତିରେ ଧର୍ମକୁ ନେଇ ରାଜନୀତି କରିବା, କିଛି ନୂଆ ନୁହେଁ । ଅନେକ ଦଳ ଏହାକୁ କାର୍ଡ ଭଳି ବ୍ୟବହାର କରି, ଲୋକଙ୍କ ଭାବାବେଗ ସହ ଖେଳ ଖେଳିଛନ୍ତି । କିନ୍ତୁ ବାସ୍ତବରେ ଏଭଳି ଚକ୍ରାନ୍ତ ସେହି ଦଳକୁ ଯେ, ପରବର୍ତ୍ତୀ ସମୟରେ କେତେ ମହଙ୍ଗା ପଡିଛି । ତାହାର ଅନେକ ନଜିର ରହିଛି । ଧର୍ମକୁ ନେଇ ରାଜନୀ୍ତି କରିଥିବା ବିଭିନ୍ନ ଦଳ, ଶେଷରେ ଅଭିଶପ୍ତ ଭଳି ଦଶା ଭୋଗିଛନ୍ତି । ମନ୍ଦିରକୁ ନେଇ ରାଜନୀତି କରି, ବର୍ଷ ବର୍ଷ ଧରି ଶାସନକୁ ଜାବୁଡି ଧରିଥିବା ଦଳ ବି କ୍ଷମତାଚ୍ୟୁତ ହୋଇଛି ।

ଯୋଗୀଙ୍କୁ କାଳ ହୋଇଥିଲା ରାମ ମନ୍ଦିରକୁ ନେଇ ରାଜନୀତି
୨୦୧୯ରେ ସାଂସଦଙ୍କ ସଂଖ୍ୟା ୬୨ ଥିବା ବେଳେ
୨୦୨୪ ନିର୍ବାଚନରେ ଏହା ଖସି ୩୬ରେ ସୀମିତ ରହିଗଲା
୨୦୨୪ରେ ଅଯୋଧ୍ୟା ଠାରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେଲା । ଯାହାର ୩ ମାସ ପରେ ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନ ହେଲା । ଯେଉଁ ବିଜେପି ଓ ଏନ୍.ଡି,ଏ ସାସଂଦଙ୍କ ସଂଖ୍ୟ ସେଠାରେ ୨୦୨୧୯ ମସିହାରେ ୬୨ ଥିଲା । ତାହା ୨୦୨୪ରେ ବଢିବା ପରିବର୍ତ୍ତେ, ହ୍ରାସ ଘଟିଥିଲା । ସଂଖ୍ୟା ୩୬କୁ ଖସିଥିଲା । ରାମ ମନ୍ଦିରକୁ ନେଇ ବିଜେପି ରାଜନୀତି କରିବା ପରେ, ଏହି ପନ୍ଥାକୁ ଆପଣେଇଥିଲେ ଓଡିଶାର ନବୀନ ପଟ୍ଟନାୟକ ଏବଂ ବେଙ୍ଗଲରେ ମମତା ବାନାର୍ଜୀ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍ଘାଟନ ସହ ଗାଁ ଗାଁରେ ଅର୍ପଣ ରଥ ନାଁରେ ରାଜନୀତି ଚାଲିଲା । ମହାପ୍ରଭୁଙ୍କୁ ଘରଘର ବୁଲାଇଲା ବିଜେଡି। ଶେଷରେ ୨୦୨୪ ନିର୍ବାଚନରେ ବିଜେଡି ପରାଜୟର ସମ୍ମୁଖୀନ ହୋଇଥିଲା। ଏପରିକି ନିଜେ କଣ୍ଟାବାଞ୍ଜି ଆସନରୁ ପରାଜୟର ସ୍ୱାଦ ଚାଖିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ସେହିଭଳି, ମମତା ବାନାର୍ଜୀଙ୍କର ମଧ୍ୟ ସମାନ ଅବସ୍ଥା। ତାଙ୍କ ନେତୃତ୍ୱାଧୀନ ତୃଣମୂଳ କଂଗ୍ରେସ ଦୀଘାରେ ଜଗନ୍ନାଥ ମନ୍ଦିର ଉଦ୍ଘାଟନ କରି ଧାର୍ମିକ ଭାବନାକୁ ଆକର୍ଷିତ କରିବାର ଚେଷ୍ଟା କରିଥିଲା। ‘‘ଜଗନ୍ନାଥ ଧାମ” ଭାବେ ଦୀଘାକୁ ଘୋଷଣା କରାଯିବାକୁ ନେଇ, ସେତେବେଳ ବିବାଦ ସୃଷ୍ଟି ହୋଇଥିଲା। ଶେଷରେ ଚଳିତ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସ ଭାରି ଝଟକା ଖାଇଛି। ୧୫ ବର୍ଷର ଶାସନ ପରେ ଦଳ କ୍ଷମତାରୁ ବଞ୍ଚିତ ହୋଇଛି।
