ଆଞ୍ଚଳିକ ଦଳ ରାଜନୀତିର ଯୁଗ ଶେଷ !
ପଶ୍ଚିମବଙ୍ଗରେ ଟି.ଏମ୍.ସି କ୍ଷମତାରୁ ଗଲା
ତାମିଲନାଡୁରେ ଡି.ଏମ୍.କେ ଭୋଗିଲା
କ୍ଷମତାଚ୍ୟୁତ ଅଧିନାୟକ ତାଲିକାରେ ଆହୁରି ୨ ନେତା ସାମିଲ୍ । ଯେଉଁମାନେ କି, ବିଜେପି ନେତୃତ୍ୱାଧୀନ ଏନ୍.ଡି.ଏକୁ ବିରୋଧ କରୁଥିଲେ । ଏବଂ ଇଣ୍ଡିଆ ମେଣ୍ଟର ଅଂଶୀଦାର ଥିଲେ । ଏବେ ଏବେ ଏହି ଲିଷ୍ଟରେ ସାମିଲ ହୋଇଛନ୍ତି, ପଶ୍ଚିମବଙ୍ଗ ତୃଣମୂଳ କଂଗ୍ରେସର ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମାମତା ବାନାର୍ଜୀ ଏବଂ ତାମିଲନାଡୁର ଡି,ଏମ୍.କେ ସୁପପ୍ରିମୋ ତଥା ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍.କେ ଷ୍ଟାଲିନ୍ ।

ପୂର୍ବରୁ ବିଜେପିର ନିର୍ବାଚନ ରଣନୀତିରେ ପରାସ୍ତ ହୋଇ, କ୍ଷମତାଚ୍ୟୁତ ହୋଇଥିବା ଅଧିନାୟକ ତାଲିକାରେ ଅଛନ୍ତି ଅନେକ ଆଞ୍ଳିକ ଦଳର ଟାଣୁଆ ନେତା ଓ କିଛି ଆଞ୍ଚଳିକ ଦଳର ମଙ୍ଗୁଆଳମାନେ । ଯେମିତି କି, ଓଡିଶାର ନବୀନ ପଟ୍ଟନାୟକ, ମହାରାଷ୍ଟ୍ରର ଉଦ୍ଧବ ଠାକରେ, ଉତ୍ତପପ୍ରଦେଶର ଅଖିଳେସ ଯାଦବ୍, ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ୍, ଆନ୍ଦ୍ରପ୍ରଦେଶର ଜଗମୋହନ ରେଡ୍ଡୀ ଏବଂ ବିହାରର ଲାଲୁ ପ୍ରସାଦ ଯାଦବ ଭଳି ଛାମୁଆନେତା ।

ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ୧୫ ବର୍ଷ ଧରି ଶାସନର ଭାର ତୁଲାଉଥିଲେ । ହେଲେ ଏଥର ସେ କ୍ଷମତାଚ୍ୟୁତ ହୋଇଛନ୍ତି । ତାମିଲନାଡୁରେ ଏମ୍.କେ ଷ୍ଟାଲିନ୍ ବଡ ଦଳର ନେତା ଥିଲେ । ତାଙ୍କ ହାତରୁ ବି ଏଥର ଆସନ ଯାଇଛି । ଓଡିଶଆରେ ନବୀନ ପଟ୍ଟନାୟକ ମଧ୍ ୨୪ ବର୍ଷ ଧରି ଶାସନର ମଙ୍ଗ ଧରିଥିଲେ । ହେଲେ ୨୦୨୪ରେ ମୋଦୀଙ୍କ ମ୍ୟଜିକ୍ ରେ, ଶାସନର ଡୋରିକୁ ହରାଇ ବସିଲେ । ସେହିଭଳି, ମହାରଷ୍ଟ୍ରରେ ମହାବିକାଶ ଅଗାଡି ଗଠନ କରି ଉଦ୍ଧବ ଠାକରେ କ୍ଷମତାରେ ଥିଲେ । କିନ୍ତୁ ସେ ବି କ୍ଷମତାକୁ ଯାବୁଡି ଧରିବାରେ ବିଫଳ ହୋଇଥିଲେ । ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲ, ଆମ୍ ଆଦମି ପାର୍ଟି ବା ଆପ୍ ସରକାରର ନେତୃତ୍ୱ ନେଉଥିଲେ । କିନ୍ତୁ ବିଜେପିକୁ ଦିଲ୍ଲାବାସୀ ଭରସା କରି, ଆପ୍ କୁ କ୍ଷମତା ଠାରୁ ଦୁରେଇ ଦେଲେ । ଆନ୍ଦ୍ଧ୍ରପ୍ରଦେଶରେ ଜଗମୋହନ ରେଡ୍ଡୀ ଥିଲେ । ଏବଂ ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ଦଳ ଆର୍.ଜେ.ଡି ଥିଲା । ଆଉ ଏମାନଙ୍କ ଦଳ ଯେ କିପରି କ୍ଷମତାଚ୍ୟୁତ ହୋଇଛି । ଏକଥା କାହାକୁ ବା ଅଜଣା ।
