ରସୁଲପୁର ବ୍ଲକ ସ୍ଥିତ ସାଇ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ବାର୍ଷିକ ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। କୋରେଇ ବିଧାୟକ ତଥା ଯୋଜନା ବୋର୍ଡ ଅଧ୍ୟକ୍ଷ ଆକାଶ ଦାସ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ। ସାଇ ନର୍ସିଂ କଲେଜର ଅଧ୍ୟକ୍ଷ ଚନ୍ଦ୍ର ଶେଖର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କୁଆଖିଆ ଥାନା ଅଧିକାରୀ ସୁଶାନ୍ତ କୁମାର ସେଠୀ, ଶିଶିର କୁମାର ମହାନ୍ତି, ଶଶୀ ଭୂଷଣ ସାହୁ, ପ୍ରହ୍ଲାଦ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସାଇ ଗ୍ରୁପର ପ୍ରତିଷ୍ଠାତା ଅଲେଖ କୁମାର ସ୍ୱାଇଁ ସ୍ୱାଗତ ଭାଷଣ ଦେଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଦୋଳ ଗୋବିନ୍ଦ ସେଠୀ ଓ ଧନ୍ୟବାଦ ଅର୍ପଣ କରିଥିଲେ ନଦିଆ ମୋହନ ପଟ୍ଟନାୟକl ଆକାଶ ଦାସ ନାୟକ ଭାଷଣରେ କହିଥିଲେ ଶିକ୍ଷା ହିଁ ସମାଜ ବଦଳାଇପାରିବ।
ସାଇ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନ ଏ ଅଞ୍ଚଳରେ ଗୁଣାତ୍ମକ ଶିକ୍ଷା ଦେବା ସହ ଦକ୍ଷ ମାନବ ସମ୍ବଳ ସୃଷ୍ଟି କରୁଛି। ଛାତ୍ରଛାତ୍ରୀମାନେ କେବଳ ପାଠପଢ଼ା ନୁହେଁ, ସଂସ୍କାର ଓ ସେବା ମନୋଭାବ ନେଇ ଆଗକୁ ବଢ଼ନ୍ତୁ l ସୁଶାନ୍ତ କୁମାର ସେଠୀ, କୁଆଖିଆ ଥାନା ଅଧିକାରୀ କହିଥିଲେ ଯୁବପିଢ଼ିଙ୍କୁ ସଠିକ୍ ଦିଗଦର୍ଶନ ଦେବାରେ ଶିକ୍ଷାନୁଷ୍ଠାନର ଭୂମିକା ଗୁରୁତ୍ୱପୂର୍ଣ। ଏହି ଅନୁଷ୍ଠାନ ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳା ଓ ନୈତିକତା ଶିକ୍ଷା ଦେଉଛି, ଯାହା ଏକ ସୁସ୍ଥ ସମାଜ ଗଠନ ପାଇଁ ଜରୁରୀ।