ଶନିବାର ରାତିରେ ରାୟଗଡା ସହର ଇନ୍ଦିରା ନଗର ତୃତୀୟ ଲେନରେ ଫୁଟିଲା ଗୁଳି । କିଛି ଅଜଣା ଦୁର୍ବୁତ୍ତ ଗୁଳିକାଣ୍ଡ କରି ରେଲି ସାହିର ଯୁବକ ନିଖିଲ ହାଡ଼ିପାକୁ ଅପହରଣ କରି ହତ୍ୟା କରିଥିବା ଜଣାପଡିଛି । ନିଖିଲର ମୃତଦେହ ତୁମ୍ବିଗୁଡା ନିକଟସ୍ଥ ନାଗାବଳୀ ନଦୀ ନିକଟରେ ଠାବ ହୋଇଛି । ସ୍ଥାନୀୟ ଲୋକ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ । ଘଟଣାରେ ଆଜି ସକାଳୁ ସକାଳୁ ପୁଲିସର ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।
/sambad/media/media_files/2026/05/10/jkkhjjhjh-2026-05-10-08-54-37.png)
ସୂଚନାଯୋଗ୍ୟ ଯେ ଶନିବାର ପାଖାପାଖି ରାତି ୧୦ଟା ସମୟରେ କିଛି ଯୁବକ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ନିଖିଲକୁ ପିଛା କରିଥିଲେ । ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଯୁବକ ଜଣଙ୍କ ଭୟରେ ଦୌଡି ପଳେଇବା ସମୟରେ ଫାୟାରିଂ ହୋଇଥିଲା । ଏପରିକି ଯୁବକ ଜଣଙ୍କ ପ୍ରାଣ ଭୟରେ ଜଣଙ୍କ ଘରକୁ ପଶିଯିବା ସମୟରେ ଦୁର୍ବୁତ୍ତମାନେ ତାକୁ ଅପହରଣ କରି ରିଂ ରୋଡ ପଟେ ଚାଲିଯାଇଥିଲେ । ତେବେ ରବିବାର ସକାଳେ ସହରର କଣ୍ଡାତୁମ୍ବିଗୁଡା ନିକଟରେ ଥିବା ନାଗାବଳୀ ନଦୀ ପଠାରେ ନିଖିଲର ମୃତ ଦେହ ଉଦ୍ଧାର କରାଯାଇଥିଲା ।
/kanak/media/media_files/2026/05/10/firing-2026-05-10-09-16-32.jpg)
ପୂର୍ବରୁ ନିଖିଲ ନାମରେ ଅନେକ ଅପରାଧିକ ମାମଲା ରହିଥିବା ନେଇ ପୋଲିସ ସୂଚନା ଦେଇଛି । ତେବେ ଏହା ଏକ ଗ୍ୟାଙ୍ଗଓ୍ବାର ବୋଲି ମୃତକର ମାଁ ଅଭିଯୋଗ କରିଛନ୍ତି। ମୃତଦେହ ନିକଟରେ ଚାପା ଉତ୍ତେଜନା ଜାରି ରହିଥିଲା । ଘଟଣାସ୍ଥଳରେ ସାଇନଟିଭିକ୍ ଟିମ୍ ପହଞ୍ଚିବା ସହ ରାୟଗଡା ଏସପି ସ୍ବାତୀ ଏସ୍ କୁମାର ଘଟଣାର ଅନୁଧ୍ୟାନ କରିଥିଲେ । ଅଭିଯୁକ୍ତ ମାନେ ଚିହ୍ନଟ ହୋଇଥିବା ବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ୪ଟି ଟିମ ଗଠନ କରାଯାଇଛି । ଯଥାଶୀଘ୍ର ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ଛାୟା ଖେଳିଯାଇଛି ।
