ଅଡୁଆରେ ରାଜସ୍ଥାନ ରୟାଲ୍ସ୍ କ୍ୟାପ୍ଟେନ୍

ରାଜସ୍ଥାନ ରୟାଲସର କ୍ୟାପ୍ଟେନ, ରିୟାନ୍ ପରାଗଙ୍କ ପାଇଁ ଅଡୁଆ ବଢିଲା । ଡ୍ରେସିଂ ରୁମ୍ ଭିତରେ ଇ-ସିଗାରେଟ୍ ଟାଣି, ବିବାଦରେ ରିୟାନ୍ ପରାଗ । ଲାଇଭ୍ ବ୍ରଡକାଷ୍ଟରେ ଦର୍ଶକ ଦେଖିଲେ, କ୍ରିକେଟରଙ୍କ କିଛି ଏଭଳି କାଣ୍ଡ । ଯାହା ଦେଖୁ ଦେଖୁ, ସୋସିଆଲ ମିଡିଆରେ ନିଆଁ ଭଳି ବ୍ୟାପି ଯାଇଥିଲା । ଏବଂ ଏହି କ୍ରିକେଟର ଜଣକୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଲୋକେ କହିଲେ, ବାବୁଙ୍କ ବ୍ୟାଟ୍ ରୁ ରନ୍ ବାହାରୁ କି, ନ ବାହାରୁ । ମୁହଁରୁ କିନ୍ତୁ ଭଲ ଧୂଆଁ ବାହାର କରୁଛନ୍ତି କ୍ରିକେଟର ଜଣକ ।


ସୂଚନା ଅନୁଶାରେ, ଗତ ମଙ୍ଗଳବାର । ଅର୍ଥାତ୍ ଏପ୍ରିଲ ୨୮ ତାରିଖରେ, ପଞ୍ଜାବ ବିପକ୍ଷରେ ମ୍ୟାଚ୍ ଖେଳୁଥିଲା ଟିମ୍ ରଜସ୍ଥାନ ରୟାଲ୍ସ । ଆଉ ଏହି ମ୍ୟାଚ୍ ଚାଲିଥିବା ସମୟରେ ବା ରାଜସ୍ଥାନ ବ୍ୟାଟିଂ କରୁଥିବା ସମୟରେ, ଡ୍ରେସିଂ ରୁମ୍ ଭିତରେ ଦେଖିବାକୁ ମିଳିଥିଲା ରିୟାନ୍ ପରାଗଙ୍କ ଧୂଆଁ କାଣ୍ଡ । ସିଗାରେଟ୍ ଟାଣି ଧୂଆଁ ଛାଡୁଥିବାର ଚିତ୍ର । ତାହା ପୁଣି ନିଜର ସାଥି ଖେଳାଳୀଙ୍କ ପାଖରେ ବସି । ଯେତେବେଳେ ଜଣେ ଖେଳାଳୀଙ୍କୁ ଖେଳ ମଝିରେ, ଆଉ ଗ୍ରାଉଣ୍ଡ୍ ଭିତରେ ଏଭଳି କରିବାକୁ ସକ୍ତ ବାରଣ କରା ଯାଇଥାଏ । ରିୟାନ୍ କିଭଳି ଏତେ ବେପରୁଆ ହୋଇଗଲେ, ତାହା ଏବେ ସମସ୍ତଙ୍କୁ ଚକିତ କରିଛି । ଆଉ ଚର୍ଚ୍ଚା ହେଉଛି, ବି.ସି.ସି.ଆଇ ଏ ନେଇ, ପରାଗଙ୍କ ବିରୁଦ୍ଧରେ ଆକ୍ସନ ନେଇପାରେ । ଏମିତି କି ପରାଗଙ୍କ ମ୍ୟାଚ୍ ଫି କଟିବାର ସମ୍ଭାବନା ସହ, କିଛି ମ୍ୟାଚ୍ ରୁ ମଧ୍ୟ ତାଙ୍କୁ ବ୍ୟାନ୍ କରାଯାଇପାରେ ।


ଏପଟେ କେନ୍ଦ୍ର ସରକାର, ୨୦୧୯ ମସିହା ଠାରୁ ଇ-ସିଗାରେଟକୁ ସଂମ୍ପୂଣର୍୍ ବ୍ୟାନ୍ କରିଛନ୍ତି । ଯାହାର ବ୍ୟବହାର, ବିକ୍ରୟ ଏବଂ ସଂରକ୍ଷଣ ହେଉଛି ଅପରାଧ । ଏହାପାଇଁ ଆଇନ୍ ଅନୁଶାରେ ଦଣ୍ଡ ବି ରହିଛି । ପ୍ରଥମ ଥର ପାଇଁ ନିୟମ ଉଲଂଘନ କଲେ, ୧ ବର୍ଷ ଜେଲ୍ ଦଣ୍ଡ କିମ୍ବା ୧ ଲକ୍ଷ ଟଙ୍କା ଜୋରିମାନା ଆଦାୟର ନିୟମ ରହିଛି । ଏମିତି କି ଉଭୟ ଦଣ୍ଡ ମିଳିବାର ନିୟମ ବି ରହିଛି ।