୫୦ହଜାର ଟଙ୍କା ଲାଞ୍ଚ ନେବାବେଳେ ସିବିଆଇ ପଞ୍ଝାରେ ଧରାପଡିଲେ

ସିବିଆଇ ଜାଲରେ ଧରାପଡ଼ିଛନ୍ତି ବାଲେଶ୍ଵର CGST ସୁପରିଟେଣ୍ଡେଣ୍ଟ ଓମ ପ୍ରକାଶ ନାୟକ । ଜଣେ ବ୍ୟବସାୟୀଙ୍କ ଠାରୁ ୫୦ହଜାର ଟଙ୍କା ଲାଞ୍ଚ ନେବାବେଳେ ସିବିଆଇ ଟିମ ହାତରେ ଧରାପଡିଛନ୍ତି । ଶୁକ୍ରବାର ଦିନ ବାଲେଶ୍ୱର କେନ୍ଦ୍ରୀୟ ଜିଏସଟି (CGST) କାର୍ଯ୍ୟାଳୟରେ ସିବିଆଇ ପକ୍ଷରୁ ଏକ ବଡ଼ଧରଣର ଚଢ଼ାଉ କରାଯାଇଥିଲା। ଭୁବନେଶ୍ବର ଶାଖାର ୨୭ ଜଣିଆ ଟିମ ଶୋଭାରାମପୁର ଓଭର ବ୍ରିଜ ପାର୍ଶ୍ବ ସିଜିଏସଟି ଅଫିସରେ ଚଢ଼ଉ କରି ତାଙ୍କୁ ଗିରଫ କରିଥିଲା।

ସୂଚନାନୁସାରେ,୧୬ ଲକ୍ଷ ଟଙ୍କାର GST ରିଫଣ୍ଡ ମୁକ୍ତ କରିବା ପାଇଁ ଜଣେ ବ୍ୟବସାୟୀଙ୍କ ଠାରୁ ଓମ ପ୍ରକାଶ ନାୟକ ୮୦ ହଜାର ଟଙ୍କା ଦାବି କରିଥିଲେ । ତେବେ ଅଭିଯୋଗକାରୀ ଏ ସମ୍ପର୍କରେ ସିବିଆଇର ଦ୍ୱାରସ୍ଥ ହୋଇଥିଲେ । ସିବିଆଇ ପକ୍ଷରୁ ମାମଲା ରୁଜୁ କରାଯାଇ ଏକ ସ୍ୱତନ୍ତ୍ର ଜାଲ ବିଛାଯାଇଥିଲା । ଶୁକ୍ରବାର ସନ୍ଧ୍ୟାରେ ଓମ ପ୍ରକାଶ ଉକ୍ତ ବ୍ୟବସାୟିକ ପ୍ରତିଷ୍ଠାନର ପ୍ରତିନିଧିଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଲାଞ୍ଚ ଟଙ୍କା ସହ ତାଙ୍କୁ ଧରିଥିଲା ସିବିଆଇର ୨୭ଜଣିଆ ଟିମ । ଚଢ଼ାଉ ପରେ ତାଙ୍କୁ ଗିରଫ କରାଯାଇଛି । ସିବିଆଇ ପକ୍ଷରୁ ଏହି ମାମଲାରେ ଅଧିକ ତଦନ୍ତ ଜାରି ରହିଛି । ଓମ ପ୍ରକାଶ ନାୟକଙ୍କ ବାସଭବନ ଏବଂ କାର୍ଯ୍ୟାଳୟର ଅନ୍ୟାନ୍ୟ କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଉଛି । ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ରହିଛି କି ନାହିଁ, ସେ ନେଇ ସିବିଆଇ ଅନୁସନ୍ଧାନ ଜାରି ରହିଛି ।

CBI raids 67 locations in Odisha in Gramin Dak Sevak recruitment scam