ରା -ଉଦୟଗିରି ବ୍ଲକ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ଆଜି ଗଜପତି ଜିଲ୍ଲା ରା -ଉଦୟଗିରି ବ୍ଲକ କାର୍ଯ୍ୟାଳୟ କକ୍ଷ ଠାରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଏହି ଅଭିଯୋଗ ଶୁଣାନୀରେ ଗଜପତି ଜିଲ୍ଲାପାଳ ଅକ୍ଷୟ ସୁନୀଲ ଅଗ୍ରୱାଲ ବ୍ଲକର ମୋଟ 25 ଗୋଟି ଅଭିଯୋଗ ଗ୍ରହଣ କରିଥିବା ବେଳେ ସେଥି ମଧ୍ୟରୁ 16 ଗୋଟି ସାମୁହିକ ସମସ୍ୟା ହୋଇଥିବା ବେଳେ 9 ଗୋଟି ବ୍ୟକ୍ତିଗତ ସମସ୍ୟା ।

ଏହି ଅଭିଯୋଗ ଶୁଣାଣିରେ ବ୍ଲକ ତଥା ଜିଲାରୁ ଅନେକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣିର ମୁଖ୍ୟ ଅଭିଯୋଗ ଗୁଡିକ ହେଲା ରାସ୍ତା ସମସ୍ୟା, ପାଣି ସମସ୍ୟା, ନେଟୱାର୍କ ସମସ୍ୟା ଇତ୍ୟାଦି । ଅଭିଯୋଗ ଗୁଡିକୁ ତର୍ଜମା କରି ବିଭାଗୀୟ ଅଧିକାରୀ ମାନଙ୍କୁ ପଠାଯିବ l 15 ଦିନ ଭିତରେ ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି ।