ଭେଣ୍ଟିଲେଟରରୁ ବାହାରିଲେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର

ଭୁବନେଶ୍ଵର: ଭେଣ୍ଟିଲେଟରରୁ ବାହାରିଲେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର। ଦୀର୍ଘ ଦିନ ହେବ ସେ ଗୁରୁତର ହୋଇ ଏମ୍ସ ଭେଣ୍ଟିଲେଟରରେ ଥିଲେ। ଏବେ କିନ୍ତୁ ସେ ଧିରେ ଧିରେ ସୁସ୍ଥ ହେଉଛନ୍ତି। ଧିରେ ଧିରେ ସୁସ୍ଥ ହେଉଛନ୍ତି ମେଲୋଡି଼ କିଙ୍ଗ୍ ଅଭିଜିତ୍ ମଜୁମଦାର । ଆଜି ତାଙ୍କୁ ଭେଣ୍ଟିଲେଟରରୁ ବାହାର କରି ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି। ଏନେଇ ଏମ୍ସ ପକ୍ଷରୁ ସୂଚନା ଦିଆଯାଇଛି । ଏମ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ତାଙ୍କର Vitals ସ୍ଥିର ରହିଛି। ତାଙ୍କୁ ବର୍ତ୍ତମାନ ଭେଣ୍ଟିଲେଟର୍ ସପୋର୍ଟରୁ ବାହାର କରାଯାଇ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଛି।

ସୂଚନାଯୋଗ୍ୟ, ଲିଭର ଜନିତ ରୋଗରେ ଗତ କିଛି ମାସ ହେବ ପୀଡ଼ିତ ଅଛନ୍ତି ଅଭିଜିତ ମଜୁମଦାର । ଅଭିଜିତଙ୍କୁ ପ୍ରଥମେ କଟକ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଗତ ୩୧ ତାରିଖ ଦିନ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ତାଙ୍କ ସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଦେଖାନଯିବାରୁ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଏମ୍ସରେ ଆଡମିଟ୍ ହେଉ ହେଉ ଦାଦାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସଙ୍କଟାପନ୍ନ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଥିଲେ । ଭେଣ୍ଟିଲେଟର ସପୋର୍ଟ ସିଷ୍ଟମରେ ଜୀବନ ସହ ସଂଗ୍ରାମ ଜାରି ରଖିଥିଲେ ଅଭିଜିତ୍ । ଏବେ କିନ୍ତୁ ତାଙ୍କ ସ୍ଵାସ୍ଥ୍ୟରେ ସୁଧାର ଆସିବାରୁ ICUରୁ ମେଡିସିନ୍‌ ୱାର୍ଡକୁ ସ୍ଥାନାନ୍ତର କରାଯାଇଛି ।