ଟ୍ଵିନ ସିଟି କମିଶନରେଟ ପୋଲିସ ସ୍ତରରେ କରାଯାଇଛି ଅଦଳ ବଦଳ

ଭୁବନେଶ୍ୱର: ଟ୍ଵିନ ସିଟି କମିଶନରେଟ ପୋଲିସ ସ୍ତରରେ କରାଯାଇଛି ଅଦଳ ବଦଳ । ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି ଓଡିଶା ସରକାର । ଜାରି କରାଯାଇଥିବା ବିଜ୍ଞପ୍ତି ଅନୁସାରେ, ତୁଷାରକାନ୍ତ ସେଠୀ ଥିଲେ ଚନ୍ଦ୍ରଶେଖରପୁର ଥାନା ଆଇଆଇସି, ତାଙ୍କୁ ଭୁବନେଶ୍ୱର ୟୁପିଡି କଟକ ସଦର ଥାନା ଆଇଆଇସି ଭାବରେ ନିଯୁକ୍ତି ଦିଆଯାଇଛି । ସେହିପରି ଓମ ପ୍ରକାଶ ମହାନ୍ତି- ଥିଲେ କଟକ ସଦର ଥାନା ଆଇଆଇସି- ହେଲେ କଟକ ୟୁପିଡି ମୌଜା ୪୨ ଥାନା ଆଇଆଇସି । ଗିରିଶ ଚନ୍ଦ୍ର ମହାରଣା- ଥିଲେ କଟକ ୟୁପିଡି ମୌଜା ୪୨ ଥାନା ଆଇଆଇସି- ହେଲେ ଭୁବନେଶ୍ୱର, ଚନ୍ଦ୍ରଶେଖରପୁରଥାନା ଆଇଆଇସି । ରାଜେନ୍ଦ୍ର ବାରାୟଣ ପଟ୍ଟନାୟକ- ଥିଲେ ଭୁବନେଶ୍ୱର ହେଡକ୍ୱାଟର, ସି.ପି- ହେଲେ ଭୁବନେଶ୍ୱର ଭରତପୁର ଥାନା ଆଇଆଇସି । ଗୟାନନ୍ଦ ସାହା- ଥିଲେ ଭୁବନେନେଶ୍ୱର ୟୁପିଡିରେ ସି.ପି- ହେଲେ ଇନଫୋ ଭେଲି ଥାନା ଆଇଆଇସି, ଭୁବନେଶ୍ୱର ୟୁପିଡି ଆଇଆଇସି । ଦିପକ କୁମାର ଖଣ୍ଡୟତ୍ରାୟ- ଥିଲେ ଭୁବନେଶ୍ୱର ଭରତପୁର ଥାନା ଆଇଆଇସି- ହେଲେ ଭୁବନେଶ୍ୱର ୟୁପିଡି ଆଇଆଇସି । କୃପାସିନ୍ଧୁ ବରାଡ-ଥିଲେ ଭୁବନେଶ୍ୱର ଇନଫୋ ଭେଲି ଥାନା ଆଇଆଇସି- ହେଲେ ଭୁବନେଶ୍ୱର ୟୁପିଡି ଆଇଆଇସି । ଦିପୀକା ଦେବୀ ରାୟ- ଥିଲେ ଭୁବନେଶ୍ୱର ସି.ପି ହେଡକ୍ୱାଟର- ହେଲେ ଭୁବନେଶ୍ୱର ୟୁପିଡି ଆଇଆଇସି