ପ୍ରଥମେ ବାଲେଶ୍ୱର ପୁଣି ନୋଏଡା । ପୂର୍ବରୁ ଓଡ଼ିଶାରେ ଜଣେ ଛାତ୍ରୀଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରାଯାଇଥିଲା ଏବଂ ଏବେ ଗ୍ରେଟର ନୋଏଡାର ଶାରଦା ବିଶ୍ୱବିଦ୍ୟାଳୟରେ ସମାନ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଶିକ୍ଷକମାନଙ୍କ ଦ୍ୱାରା ନିର୍ୟାତନା ଅଭିଯୋଗ ଆଣି ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଏନେଇ ନିଜ ସୋସିଆଲ ମିଡିଆ ଏକ୍ସ ହ୍ୟାଣ୍ଡେଲରେ କ୍ଷୋଭ ପ୍ରକାଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ ।
ସେ କହିଛନ୍ତି, ଆମର ଶିକ୍ଷାନୁଷ୍ଠାନ ଗୁଡ଼ିକ କ’ଣ ଆମ ପିଲାମାନଙ୍କ ପାଇଁ ସୁରକ୍ଷିତ ନୁହେଁ ? ଯେଉଁଠାରେ ଜୀବନ ସୁରକ୍ଷିତ ନୁହେଁ, ସେମାନେ କିପରି ଏକ ଉନ୍ନତ ଭବିଷ୍ୟତର ସ୍ୱପ୍ନ ଦେଖିପାରିବେ ? ଝିଅମାନେ ଜୀବନର ପ୍ରତ୍ୟେକ ପର୍ୟ୍ୟାୟରେ ଆଗକୁ ବଢ଼ିବା ପାଇଁ ଦୁଇଗୁଣ ସଂଘର୍ଷ କରନ୍ତି । ଏପରି ଘଟଣା ସାରା ଦେଶରେ ଝିଅମାନଙ୍କ ପାଇଁ ନିରୁତ୍ସାହିତ କରୁଛି ।
କେନ୍ଦ୍ର ସରକାର ଏହି ମାମଲାଗୁଡ଼ିକୁ ବିଚାର କରି କଠୋର କାର୍ୟ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ଉଚିତ ଏବଂ କୌଣସି କ୍ୟାମ୍ପସରେ ଏପରି ଘଟଣାର ପୁନରାବୃତ୍ତି ନହେବା ପାଇଁ ଦୃଢ଼ ପଦକ୍ଷେପ ନେବା ଉଚିତ ବୋଲି ପ୍ରକାଶ କରିଛନ୍ତି ପ୍ରିୟଙ୍କା ।
पहले ओडिशा में एक छात्रा को जान देने पर मजबूर किया गया और अब ऐसी ही दुखद घटना ग्रेटर नोएडा की शारदा यूनिवर्सिटी में सामने आई है। एक छात्रा ने शिक्षकों पर प्रताड़ना का आरोप लगाकर खुदकुशी कर ली।
क्या हमारे शैक्षणिक संस्थान हमारे बच्चों के लिए सुरक्षित नहीं हैं? जहां जिंदगी ही…
— Priyanka Gandhi Vadra (@priyankagandhi) July 19, 2025