ଭିଜିଲାନ୍ସ ହାତରେ ସରକାରୀ ବାବୁ, ସକାଳୁ ସକାଳୁ ଚାଲିଛି ରେଡ୍

ଟିଟିଲାଗଡ଼: ଭିଜିଲାନ୍ସ ଜାଲରେ ପୂର୍ତ୍ତ ବିଭାଗ SDO । ପୂର୍ତ୍ତ ବିଭାଗ SDO ଡିଲେଶ୍ବର ମାଝୀଙ୍କ ଘରେ ଭିଜିଲାନ୍ସ ରେଡ୍ । ଟିଟିଲାଗଡ଼ ଅଫିସ୍‌ ଓ ଘର ସମେତ ୬ଟି ସ୍ଥାନରେ ଚାଲିଛି ଚଢାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ରେଡ୍ କରୁଛି । ଆଜି ସକାଳୁ ଭିଜିଲାନ୍ସ ଟିମ ପାଚେରୀ ଡେଇଁ ଘରେ ପ୍ରବେଶ କରି ଖୋଲତାଡ଼ ଜାରୀ ରଖିଛନ୍ତି । ପୂର୍ତ୍ତ ବିଭାଗ କାର୍ଯ୍ୟାଳୟ, ସମ୍ବଲପୁର, ବ୍ରଜରାଜନଗର, ଝାରସୁଗୁଡାରେ ଶ୍ରୀ ମାଝିଙ୍କ ଘର ସମେତ ତାଙ୍କ ଶ୍ୱଶୁର ଘର, ପୈତୃକ ଘରେ ମଧ୍ୟ ରେଡ ଚାଲିଥିବା ଭିଜିଲାନ୍ସ ଡ଼ିଏସପି ପୁଲସ୍ତି ଛତ୍ରିଆ ସୂଚନା ଦେଇଛନ୍ତି । ରେଡ୍‌ରେ ୫ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର, ୨ ଜଣ ଏଏସଆଇ ଏବଂ ଅନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଛନ୍ତି । ବଲାଙ୍ଗୀର ଭିଜିଲାନ୍ସ, ସ୍ପେଶାଲ ଜଜ୍‌ଙ୍କ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ସମ୍ବଲପୁର, ଝାରସୁଗୁଡ଼ା ଏବଂ ବଲାଙ୍ଗୀର ଜିଲ୍ଲାରେ ଥିବା ଦିଲେଶ୍ବରଙ୍କ ସମ୍ପତ୍ତି ସ୍ଥାନରେ  ତଲାସୀ କରାଯାଉଛି।